କ୍ରୀଡ଼ା

ଭୁବନେଶ୍ୱର ପହଁଞ୍ଚିଲେ ଲିଜେଣ୍ଡସ କ୍ରିକେଟର

ଭୁବନେଶ୍ୱର, ୨୫/୦୯/୨୦୨୨-  ଭୁବନେଶ୍ୱର ପହଁଞ୍ଚିଲେ ଲିଜେଣ୍ଡସ କ୍ରିକେଟର । ଏୟାରପୋର୍ଟରୁ କଡା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ମେ ଫେୟାର ହୋଟେଲକୁ ନିଆଯାଇଛି । ହୋଟେଲରେ ଖେଳାଳିମାନଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା ।  ସେପ୍ଟେମ୍ବର ୨୬, ୨୭ ଓ ୨୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ ।

ସେପଟେ ଆଇନ ଶୃଙ୍ଖଳାକୁ ବ୍ୟବସ୍ଥାକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି  ପୋଲିସ । ପ୍ରଥମ ମ୍ୟାଚ ଖେଳିବାକୁ ରବିବାର ୨ ଟି ଟିମ ମଣିପାଲ ଟାଇଗରସ ଓ ଭିଲଓ୍ବାରା କିଙ୍ଗସର ଖେଳାଳି ଭୁବନେଶ୍ୱର ଆସିଛନ୍ତି । ସେହିପରି ୨୭ ତାରିଖରେ ଭିଲୱାରା କିଙ୍ଗସ୍ ଓ ଗୁଜରାଟ ଜିଆଣ୍ଟସ୍ ମଧ୍ୟରେ ଖେଳାଯିବ । ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com