ବାଣିଜ୍ୟ

ଆଇଏସ, ଆଇପିଏସ ଏବଂ ଆଇଏସଏଫ ଅଧିକାରୀଙ୍କ ପାଇଁ ଜାରିହେଲା ନୂଆ ନିୟମ

ନୂଆଦିଲ୍ଲୀ, ୨୫/୦୯/୨୦୨୨-  ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବା ଏବଂ ଭାରତୀୟ ବନ ସେବା ଅଧିକାରୀଙ୍କ ପାଇଁ  ନିୟମରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ୨୦୧୯ରୁ ଆସାମ-ମେଘାଳୟ ସଂଯୁକ୍ତ କ୍ୟାଡର, ନାଗାଲାଣ୍ଡ, ସିକିମ, ମଣିପୁର ଓ ତ୍ରିପୁରା କ୍ୟାଡର ସମ୍ବନ୍ଧିତ ଏଆଇଏସ ଅଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଅତିରିକ୍ତ ୨୫ ପ୍ରତିଶତ ସ୍ୱତନ୍ତ୍ର ଭତ୍ତାକୁ ସରକାର ଏବେ ବନ୍ଦ କରିଦେଇଛନ୍ତି ।
ଏନେଇ କେନ୍ଦ୍ର କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି ।

ପୂର୍ବୋତ୍ତର ରାଜ୍ୟମାନଙ୍କରେ ମୁତୟନ ହେବା କାରଣରୁ ଆଦିବାସୀ ଏଆଇଏସ ଅଧିକାରୀଙ୍କୁ ଏହି ସବୁ ସୁବିଧା ଦିଆଯାଉଥିଲା । ଏହି ନୀତି ୨୦୧୭ରେ ଲାଗୁ କରା ଯାଇଥିଲା । ଏବେ ପୂର୍ବୋତ୍ତର କ୍ୟାଡରର ଅଧିକାରୀଙ୍କ ଅବସରକାଳୀନ ସୁବିଧା ଫେରାଇ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com