ଅନ୍ୟାନ୍ୟ

ତାମିଲନାଡୁରେ ପେଟ୍ରୋଲ ବୋମାମାଡ଼ ଜାରି: ପୁଣି ଟାର୍ଗେଟ୍‌ ହେଲେ ଆଉ ଜଣେ ଆର୍‌ଏସ୍‌ଏସ୍ କର୍ମୀ

ତାମିଲନାଡୁରେ ବିଜେପି ଓ ଆର୍‌ଏସ ଏସ୍‌ କର୍ମୀଙ୍କ ଉପରେ ଆକ୍ରମଣ ଜାରି ରହିଛି। କର୍ମୀଙ୍କ ଘର ଓ ସମ୍ପତ୍ତି ଉପରେ ପେଟ୍ରୋଲ ବୋମା ଫିଙ୍ଗି ପେରାର୍ ହେଇଯାଉଛନ୍ତି ଦୁର୍ବୃତ୍ତ। ଏପର୍ଯ୍ୟନ୍ତ ଘଟଣାରେ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ଶନିବାର ସନ୍ଧ୍ୟା ୭.୩୮ ସମୟରେ ମଦୁରେଇରେ ଥିବା ଆର୍‌ଏସ୍‌ଏସ୍‌ର କାର୍ଯ୍ୟକର୍ତ୍ତାଙ୍କ ଘର ଉପରେ ୩ଟି ପେଟ୍ରୋଲ ବୋମାମାଡ଼ ହୋଇଛି। ଅନୁପ୍ପନଦୀ ହାଉସିଂ ବୋର୍ଡ ସ୍ଥିତ ଏମ୍‌ଏସ୍ କୃଷ୍ଣନଙ୍କ ଘର ଉପରେ ଏହି ଆକ୍ରମଣ ହୋଇଥିଲା । ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଘର ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିବା ସିସିଟିଭିରେ କଏଦ ହୋଇଛି। ପୁଲିସ ସିସିଟିଭି ଯାଞ୍ଚ କରି ମାମଲାର ତଦନ୍ତ କରୁଛି। ତେବେ ଏହି ମାମଲାରେ କୌଣସି କ୍ଷତି ହୋଇ ନାହିଁ କି କେହି ଆହତ ହୋଇ ନାହାନ୍ତି ବୋଲି ଶନମୁଗମ ମଦୁରେଇ ସାଉଥ ଆସିଷ୍ଟାଣ୍ଟ କମିଶନର କହିଛନ୍ତି। ଘଟଣାକୁ ନେଇ ଆର୍‌ଏସ୍‌ଏସ୍‌ କର୍ମୀ କୃଷ୍ଣନ ଓ ବିଜେପି ମଦୁରେଇ ଜିଲ୍ଲା ଅଧ୍ୟକ୍ଷ କୀରଥୁରାଇ ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଛନ୍ତି। ଆକ୍ରମଣକୁ ନେଇ ପ୍ରତିକ୍ରିୟା ଦେଇ କୃଷ୍ଣନ କହିଛନ୍ତି ଯେ ମୁଁ ୪୫ ବର୍ଷ ହେଲା ଆର୍‌ଏସ୍‌ଏସ୍ ସହିତ ଜଡ଼ିତ ରହିଛି । ଶନିବାର ସନ୍ଧ୍ୟା ୭ଟା ସମୟରେ ଆମ ଘରେ ପୂଜା କରାଯାଉଥିଲା । ଏଥିରେ ୫୬ ଲୋକ ଏକାଠୀ ହୋଇଥିଲେ। ଏହି ସମୟରେ ବିସ୍ଫୋରଣର ଶବ୍ଦ ଶୁଣାଗଲା। ମୋ ଜୀବନକୁ ବିପଦ ଥିବାରୁ ମୋତେ ୨୦୧୪ରୁ ସୁରକ୍ଷା ମିଳିଥିଲା। ହେଲେ ୨୦୨୧ରେ ଏହାକୁ ହଟାଇ ଦିଆଗଲା। ତାମିଲନାଡୁରେ ମୋ ଭଳି ୨୦ ଜଣ ଆର୍‌ଏସ୍‌ଏସ୍ କର୍ମୀଙ୍କ ଉପରେ ଆକ୍ରମଣ ହେଲାଣି। ଆମେ ସମସ୍ତ ଆକ୍ରମଣରେ ମାମଲା ରୁଜୁ କରିଛି ବୋଲି କୃଷ୍ଣନ କହିଛନ୍ତି। ଅନ୍ୟପଟେ ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦହରେ ଦେଶରେ ପିଏଫ୍‌ଆଇ ସଂଗଠନ ଉପରେ ହେଉଥିବା ଚଡ଼ାଉ ଯୋଗୁ ତାଙ୍କ ଉପରେ ରାଗ ସୁଝାଯାଉଛି ବୋଲି ତାମିଲନାଡୁ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ କହିଛନ୍ତି। ପିଏଫ୍‌ଆଇ ସଦସ୍ୟମାନେ ବିଜେପି ଓ ଆର୍‌ଏସ୍‌ଏସ୍‌ ନେତାଙ୍କ ଘର ଉପରକୁ ବୋମା ଫିଙ୍ଗୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com