ଐତିହ୍ୟ ଓ ସଂସ୍କୃତି

ଦ୍ଵିତୀୟ ଜୟଦେବ ସାହିତ୍ୟ ଉତ୍ସବ ଅନୁଷ୍ଠିତ

 ଭୁବନେଶ୍ୱର, ୨୬/୦୯/୨୦୨୨ –  ମାସିକ ଖବରକାଗଜ ” ଶାନ୍ତି ସ୍ତୁପ” ଆନୁକୁଲ୍ୟରେ ଦ୍ଵିତୀୟ ଜୟଦେବ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଧଉଳି ପାହାଡ ପାଦଦେଶର ଧଉଳି ଗାର୍ଡେନରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସଂଳାପକାର ଡ. ରଜନୀ ରଞ୍ଜନଙ୍କ ଅଧ୍ୟକ୍ଷତାରେ  ରାଜ୍ୟସଭା ସଦସ୍ୟା ସୁଲତା ଦେଓ ଓ ଜୟଦେବ ବିଧାୟକ ଡ. ଅରବିନ୍ଦ ଢ଼ାଲି ଉଦ୍ଘାଟକ ଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ଶିକ୍ଷାବିତ୍ ନାରାୟଣ ବେହେରା, ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ଏହି ଉତ୍ସବରେ “ଶାନ୍ତି ସ୍ତୁପ”ର ଶାରଦୀୟ ପୂଜା ସଂଖ୍ୟା ଓ କବି ସନ୍ତୋଷ ପଟ୍ଟନାୟକଙ୍କ ରଚିତ ”ମେଘଦୂତ” ଓ ”ପ୍ରିତୀପୁଷ୍ପା” ଅତିଥିମାନଙ୍କ ଦ୍ଵାରା ଲୋକାର୍ପିତ ହେଇଥିଲା।

 

ପ୍ରାରମ୍ଭରେ ସମ୍ପାଦକ ରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଏକ କବିତାପାଠ କାର୍ଯ୍ୟକ୍ରମ କବି ବିପିନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହେଇଥିଲା । କବି ଦିଲ୍ଲୀପ ବିଶ୍ଵାଳ, ଭଗବାନ ସାହୁ, ଦେବେନ୍ଦ୍ର ସେନାପତି, ରାମହରି ମହାରଣା, ଅଭିମନ୍ୟୁ ନାୟକ, ସୌଦାମିନୀ ବେହେରା, କମଳିନୀ ମଲ୍ଲିକ ପ୍ରମୁଖ ୫୦ରୁ ଉର୍ଦ୍ଧ କବି ସ୍ୱରଚିତ କବିତା ପାଠ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com