ଓଡ଼ିଶା

ଏନସାଇକ୍ଲୋପିଡ଼ିଆ ଅଫ୍ ଟ୍ରାଇବସ୍ ଇନ ଓଡ଼ିଶା ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଆଦିବାସୀ ଜନଜାତିଙ୍କୁ ନେଇ ଓଡିଶା ସରକାରଙ୍କ ଭିନ୍ନ ପ୍ରୟାସ । ସେମାନଙ୍କ ଜୀବନ ଶୈଳୀ ବିଷୟରେ ଅବଗତ ହେବା ପାଇଁ ଏକ ନୂତନ ପଦକ୍ଷେପ ଗ୍ରହର କରିଛନ୍ତି । ଜାତି ଓ ଜନଜାତିଙ୍କୁ ନେଇ ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ୍ ଇନ୍ ଓଡିଶା’ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଦିମ ଜନଜାତିଙ୍କ ସମ୍ବନ୍ଧୀୟ ୫ଟି ବହି ଉନ୍ମୋଚନ କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡିଶା ଆଦିବାସୀଙ୍କୁ ନେଇ ଏନସାଇକ୍ଲୋପିଡିଆ ରିଲିଜ କରିଛି । ୩୮୦୦ ପୃଷ୍ଠା ସମ୍ଭଳିତ ୫ଟି ବହିରେ ୪୧୮ ଗବେଷଣାତ୍ମକ ସ୍ତମ୍ଭ ପ୍ରକାଶିତ ହୋଇଛି । ଯେଉଁଥିରେ ୬୨ ଜନଜାତି ଓ ୧୩ ଅସୁରକ୍ଷିତ ଜନଜାତିଙ୍କ ସମ୍ବନ୍ଧୀୟ ସ୍ତମ୍ଭ ଉଲ୍ଲେଖ ରହିଛି । ଆଦିବାସୀଙ୍କ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ, ଗବେଷକ ଓ ଶିକ୍ଷାବିତ୍‌ଙ୍କ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଏନସାଇକ୍ଲୋପିଡିଆରେ ପ୍ରକାଶିତ ୪୧୮ ସ୍ତମ୍ଭ ପୂର୍ବରୁ ଆଦିବାସୀ ପତ୍ରିକା ଓ ଅନ୍ୟାନ୍ୟ ମାଗାଜିନରେ ପ୍ରକାଶିତ ହୋଇଥିଲା । ରାଜ୍ୟ ଜାତି ଓ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରି ଆଜି ବହି ଗୁଡିକ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମ୍ୟୁଜିୟମ ପରିସରରେ ଥିବା ଆଦିବାସୀ ଗ୍ୟାଲେରୀ ପରିଦର୍ଶନ କରି ପ୍ରଶଂସା କରିଛନ୍ତି ନବୀନ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରାକା, ସିଏମଓର ମୁଖ୍ୟ ଉପଦେଷ୍ଟା ଶ୍ରୀ ବାଲକ୍ରିଷ୍ଣନ୍ , ମୁଖ୍ୟ ଶାସନ ସଚିବ ଶ୍ରୀ ସାସ୍ୱତ ମିଶ୍ର ଏବଂ SCSTRTI ନିର୍ଦ୍ଦେଶକ ଏବଂ ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟ ପ୍ରଫେସର ଏ.ବି.ଓଟା ଉପସ୍ଥିତ ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com