Featuredଜାତୀୟରାଜନୀତି

ନୂଆ ଦଳର ନାମ ଘୋଷଣା କଲେ ଗୁଲାମ ନବୀ ଆଜାଦ

କଂଗ୍ରେସରୁ ଇସ୍ତଫା ଦେବାର ଠିକ୍ ଏକମାସ ପରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ନିଜର ନୂଆ ଦଳ ଘୋଷଣା କରିଛନ୍ତି । ନୂଆ ଦଳର ନାଁ ରଖିଛନ୍ତି ଡେମୋକ୍ରାଟିକ ଆଜାଦ ପାର୍ଟି । ନୂଆ ଦଳ ଘୋଷଣା ଅବସରରେ ଗୁଲାମ କହିଛନ୍ତି, ପ୍ରାୟ ୧,୫୦୦ ନାଁ ଆମକୁ ଉର୍ଦୁ, ସଂସ୍କୃତରେ ପଠାଯାଇଥିଲା । ହିନ୍ଦୀ ଏବଂ ଉର୍ଦୁର ମିଶ୍ରଣ ହିନ୍ଦୁସ୍ତାନୀ ଅଟେ ।ଚାହୁଁଥିଲୁ ଯେ ନାଁ ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ୱାଧୀନ ହେଉ । ଏଥିପାଇଁ ଦଳର ଏହି ନାଁ ନିର୍ଦ୍ଧାରିତ ହୋଇଛି । ଜମ୍ମୁରେ ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି, ଆମର ରାଜନୀତି ଜାତି ବା ଧର୍ମ ଉପରେ ଆଧାରିତ ହେବ ନାହିଁ । ସବୁ ଧର୍ମ ଏବଂ ରାଜନୈତିକ ଦଳକୁ ସମ୍ମାନ କରିବୁ । ମୁଁ କେବେ ବି କୌଣସି ଦଳ ବା ନେତାଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରିନାହିଁ । ଅବଶ୍ୟ ମୁଁ ନୀତିର ଆଲୋଚନା କରିଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com