ଓଡ଼ିଶାଶିକ୍ଷା

ତୃତୀୟ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥର ପରିଭ୍ରମଣ

ଛତ୍ରପୁର, ୨୬/୦୯/୨୦୨୨-   ସ୍ବାଧୀନତାର ସଫଳ ତଥା ସ୍ବତନ୍ତ୍ର ମୂଳମନ୍ତ୍ର ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି । ଅହିଂସାର ବାର୍ତ୍ତା ବହନ କରି ତୃତୀୟ ଦିବସରେ ଅହିଂସା ରଥ ମଧ୍ୟରୁ ଗୋଟିଏ ରଥ ଗଞ୍ଜାମ ଜିଲ୍ଲାର ସୋରଡାରେ ସ୍ବାଗତ  କରାଯାଇଥିଲା । ମହା ଆନନ୍ଦ ଉଲ୍ଲାସର ସହ ବିରାଟ ଶୋଭାଯାତ୍ରାରେ ମାନ୍ୟବର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ବ୍ଲକ୍ ଅଧ୍ୟକ୍ଷା ସାଇବାଣୀ ମଲ୍ଲିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀମାଞ୍ଚଳ ମଣ୍ଡଳ, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ଭାରପ୍ରାପ୍ତ ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦ୍ବିତୀକୃଷ୍ଣ ପାତ୍ର, ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଅହିମସା ରଥକୁ  ସମ୍ବର୍ଦ୍ଧିତ କରିଥିଲେ ।

ଏଥି ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅହିଂସା ରାଲି କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ମହାତ୍ମା ଗାନ୍ଧୀ ସ୍ମୃତି ଭବନ ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ବେଲଗୁଣ୍ଠା ଠାରେ ମଧ୍ୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ତହସିଲଦାର ଧରଣୀଧର ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ ସେଠୀ ଓ ଅନ୍ୟାନ୍ୟ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବାଘ ନାଚ, ଷଣ୍ଢ ନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ଅନୁଷ୍ଠିତ ହୋଇଥିଲା । ପରେପରେ ଅହିଂସା ରଥ ଭଞ୍ଜନଗର, କୁକୁଡା ଖଣ୍ଡି ବ୍ଲକ୍, ରଙ୍ଗେଇ ଲୁଣ୍ଡା ବ୍ଲକ୍ ଏବଂ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ  ଅଭିମୁଖେ ଯାତ୍ରା କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com