ଓଡ଼ିଶାରାଜନୀତି

ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ବ୍ରହ୍ମପୁର, ୨୬/୦୯/୨୦୨୨-   ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ବ୍ରହ୍ମପୁର ସ୍ଥିତ ଗାନ୍ଧୀନଗର ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତିଙ୍କ ସମେତ ବିଜେପି ନେତୃବୢନ୍ଦ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୧୯୧୬ ସେପ୍ଟେମ୍ୱର ୨୫ ଆଜିର ଦିନରେ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଚନ୍ଦ୍ରଭାନ ଠାରେ ଜନ୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୬୭ ମସିହାରେ ଜନସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଇଥିଲେ ।

ଆଜିର ଅଖଣ୍ଡ ଭାରତ ପ୍ରସଙ୍ଗ ହେଉ କିମ୍ୱା କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ, ଭାରତର ଜାତୀୟତା, ସ୍ୱାଭିମାନ ଓ ଦେଶପ୍ରେମର ବହ୍ନି ଜାଳିଥିବା ପଣ୍ଡିତ ଦୀନଦୟାଲଙ୍କ ଜୀବନୀ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ । ‘ଅନ୍ତୋଦୟର’ ପ୍ରଣେତା ଦୀନଦୟାଲଙ୍କ ଏହି ସିଦ୍ଧାନ୍ତକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ବିକାଶ ପାଇଁ ସର୍ବଦା ପ୍ରୟାସରତ ଥିବାବେଳେ,  ଦୀନଦୟାଲଙ୍କ ଆଦର୍ଶ ଓ ତ୍ୟାଗ ମାର୍ଗକୁ ପାଥେୟ କରି କାର୍ଯ୍ୟକର୍ତ୍ତା ମାନେ ଆଗେଇବାକୁ ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି କହିଥିଲେ ।

ଏହି ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ’ ଏବଂ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଆଜିର କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ବରିଷ୍ଠ ନେତା ସୁନିଲ କୁମାର ସାହୁ, ସତ୍ୟନାରାୟଣ ବସନ୍ତିଆ, ମାଲି ସାହୁ, ଉପେନ୍ଦ୍ର ସାହୁଙ୍କ ସମେତ ଶିଳ୍ପାଞ୍ଚଳ ମଣ୍ଡଳ ଠାରେ ସଭାପତି ଶିବ ଶଙ୍କର ନାୟକଙ୍କ ନେତୢତ୍ୱରେ ଅନୁଷ୍ଠିତ ହେଇଥିବା କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ, ଡା.ସୁବାଷ ସାହୁ, କର୍ପୋରେଟର ବନିତା ସାହୁ, ଅରୁଣ ମହାପାତ୍ର, ପି.ରାଜେନ୍ଦ୍ର କୁମାର, ତ୍ରିନାଥ ରେଡ଼ୀ, ଦୀପକ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com