ଓଡ଼ିଶାଜାତୀୟରାଜନୀତି

ଗାଡିର ଫିଟନେସ୍ ଟେଷ୍ଟ ପ୍ରକ୍ରିୟା ହେବ ସହଜ

 ନୂଆଦିଲ୍ଲୀ, ୨୬/୦୯/୨୦୨୨-  ଗାଡି ଫିଟନେସ ସାର୍ଟିଫିକେଟ ପାଇବାନେଇ ରହିଥିବା ଜଟିଳତା ଏଣିକି ଦୂର ହେବ । ଗାଡି ମାଲିକ ନିଜ ଗାଡିର ଫିଟନେସ୍ ଟେଷ୍ଟ ନିଜେ କରିବେ । ଦରକାର ପଡ଼ିବେ ନାହିଁ ମେକାନିକ୍, କି ଦୌଡ଼ିବାକୁ ପଡ଼ିବନି ଆରଟିଓ ଅଫିସ । ସ୍ୱତନ୍ତ୍ର ଡିଭାଇସ୍ ଜରିଆରେ କରାଯିବ ଯାନବାହନର ଫିଟନେସ ଟେଷ୍ଟିଂ । ଏହି ନୀତି ଲାଗୁ ହେଲେ ଗାଡ଼ିର ବୟସ କେତେ ? ଗାଡ଼ି ଫିଟ୍ କି ଅନଫିଟ୍ ? ଏ ସମ୍ପର୍କରେ ସବୁ ତଥ୍ୟ ପ୍ରଦାନ କରିବ ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ସ୍ବତନ୍ତ୍ର ଅଟୋମେଟେଡ୍ ଟେଷ୍ଟିଂ ସିଷ୍ଟମ ଆପଣାଇବେ ରାଜ୍ୟ ସରକାର । ଏଥିପାଇଁ ଚିଠାନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ଏହି ଚିଠା ନୀତି ପ୍ରସ୍ତୁତ ହେବ । ଓଡ଼ିଶାର ୫ଟି ସ୍ଥାନରେ ଖୋଲାଯିବ ଏଟିଏସ ସେଣ୍ଟର । ଏଥିପାଇଁ ୧୦ରୁ ଅଧିକ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି । କଟକର ଅରିଲୋଠାରେ ଥିବା ଇନ୍ସପେକ୍ସନ୍ ଆଣ୍ଡ ସାର୍ଟିଫିକେସନ୍ ସେଣ୍ଟରକୁ ଏଟିଏସରେ ପରିଣତ କରାଯିବ ।

ଏହି ବ୍ୟବସ୍ଥା ଦ୍ୱାରା ପୂର୍ବରୁ ଦଲାଲଙ୍କ ଜରିଆରେ ଠକାମିର ଶିକାର ହେଉଥିବା ହାର କମିବା ସହ ସରକାର ଅଧିକ ରାଜସ୍ୱ ପାଇବେ ବୋଲି ଆଶା ରଖିଛନ୍ତି । ସ୍ୱୟଂଚାଳିତ ବ୍ୟବସ୍ଥା ନିୟମକୁ ନେଇ ସଡ଼କ ସୁରକ୍ଷା କର୍ମୀ ଖୁସି ପ୍ରକାଶ କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗାଡ଼ି ମାଲିକ । ସ୍ୱୟଂଚାଳିତ ବ୍ୟବସ୍ଥା ଦ୍ୱାରା ସମସ୍ୟା ବଢିବ ବୋଲି ସେମାନେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com