ଐତିହ୍ୟ ଓ ସଂସ୍କୃତି

ଧଉଳି ଶାନ୍ତିସ୍ତୁପର ମରାମତି କାର୍ଯ୍ୟ ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଧଉଳି, ୨୭/୦୯/୨୦୨୨-   ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଧଉଳିରେ ଆସନ୍ତା ଅକ୍ଟୋବର ୨୮ତାରିଖରେ ଶାନ୍ତିସ୍ତୁପର ୫୦ତମ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି l ଏଥିପାଇଁ ଧଉଳି ଶାନ୍ତିସ୍ତୁପର ମରାମତି ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ତଦାରଖ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ।  ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ ଏ.ଡି.ଏମ୍ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଭୁବନେଶ୍ୱର ବ୍ଲକ ବିଡ଼ିଓ ସମ୍ପଦ କୁମାର ଦଳାଇ,୨୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ଧଉଳି ଗ୍ରାମପଞ୍ଚାୟତର ସରପଞ୍ଚ ଚନ୍ଦନ ମଲ୍ଲିକ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରଶାସନ ଅଧିକାରୀଙ୍କ ସହ କଳିଙ୍ଗ ବୁଦ୍ଧ ନିପନ ସଂଘର ସମସ୍ତ ଗୁରୁଜୀ ଏବଂ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com