ଓଡ଼ିଶାଜାତୀୟରାଜନୀତି

ଚାଷ ସମସ୍ୟା ନେଇ କିଷାନ କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ

ବ୍ରହ୍ମପୁର, ୨୭/୦୯/୨୦୨୨-  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ଠାରେ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ଅଧ୍ୟକ୍ଷ ଅମିୟ କୁମାର କହିଛନ୍ତି ଯେ, ମୋଦି ଓ ନବୀନ ସରକାରରେ ଦେଶ ଓ ରାଜ୍ୟ ଅତି ଜଟିଳ ସମସ୍ୟା ଦେଇ ଗତି କରୁଛି । ବେକାରୀ ସମସ୍ୟା, ଚାଷୀ ସମସ୍ୟା,  ଦରଦାମ ବୃଦ୍ଧି ଓ ଅରାଜକତା ବଢ଼ି ଚାଲିଛି । ଯାହାକି ବ୍ରିଟିଶ ଶାସନ ଠାରୁ ଅଧିକ ଭାରାକ୍ରାନ୍ତ କଲାଣି । ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଏବଂ ସବୁ ବର୍ଗର ଲୋକଙ୍କର ସାମଗ୍ରିକ ବିକାଶ ପାଇଁ ଦଳର ନେତା ରାହୁଲ ଗାନ୍ଧୀ ଯେଉଁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି । ଏହାକୁ ଅଧିକ ସଫଳ କରିବା ପାଇଁ ଜନ ସମର୍ଥନ ବୃଦ୍ଧି ପାଉଛି ।

ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ଓ ଓଡିଶା ପରିକ୍ରମା ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ନେତୃତ୍ବରେ କିଷାସ କଂଗ୍ରେସ ପକ୍ଷରୁ ହଜାର ହଜାର ଚାଷୀ ସାମିଲ ହେବେ । ସେନେଇ ମହାଳୟା ଦିନ କୁକୁଡାଖଣ୍ଡି ବ୍ଳକ ଅଧୀନସ୍ଥ ବୋଉଳଝୋଳି ଠାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି  ରମେଶ ଚନ୍ଦ୍ର ଜେନାଙ୍କ ଆହ୍ବାନ କ୍ରମେ କିଷାନ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା । ସେଥିରେ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ସଞ୍ଜାମ ଜିଲ୍ଲା କିଷାନ କଂଗ୍ରେସର ପ୍ରତି ବୁଥ, ପଞ୍ଚାୟତ, ବ୍ଳକ ଓ ଜିଲ୍ଲା ସ୍ତରରେ କିଷାନ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରାଯିବା ସହିତ ପ୍ରତି ବ୍ଲକ ସ୍ତରରେ କିଷାନ ଚିନ୍ତନ ଶିବିର ଆୟୋଜନ କରାଯାଇ ଚାଷୀ ଓ ଚାଷ ସମସ୍ୟା ଚିହ୍ନଟ ଓ ଉଭୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ପାଇଁ ଅଧ୍ୟକ୍ଷ ଅମିୟ କୁମାର ସୂଚନା ଦେଇଛନ୍ତି ।

ଏନେଇ ସେ ଦାବି କରିଛନ୍ତି ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨,୯୩୦ ଟଙ୍କା ବୃଦ୍ଧି ଓ MISP ରେ ଆଇନଗତ ବ୍ୟବସ୍ଥା, ଚାଷ କାର୍ଯ୍ୟ ପାଇଁ ମାଗଣା ବିଜୁଳି ଯୋଗାଣ ଚାଷ ପାଇଁ ୫୦ ପ୍ରତିଶତ ଜମିକୁ ଜଳ ସେଚନ ବ୍ୟବସ୍ଥା, ଫସଲ ବୀମା, ପ୍ରଚଳିତ କୃଷି ଇନପୁଟ ସହାୟତା ରାଶି ଦୁଇ ଗୁଣା ବୃଦ୍ଧି, ପ୍ରଚଳିତ ରିଲଫ କୋଡର ସଂଶୋଧନ, ସମସ୍ତ ଚାଷୀଙ୍କୁ କାଳିଆ ଓ ପି.ଏମ୍.କିଷାନରେ ଅର୍ନ୍ତଭୁତ କରି ବାର୍ଷିକ ଟ.୨୪,୦୦୦ ଟଙ୍କା ଚାଷୀକୁ ପ୍ରଦାନ କରିବା ଆଦି ସାତ ଦଫା ଦାବି ଉପସ୍ଥାପନ କରିଛନ୍ତି । ଆୟୋଜିତ ଏହି ସମ୍ବାଦିକ ସମ୍ମଳନୀରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ଉପ ସଭାପତି ମହେଶ୍ୱର ପାତ୍ର, ରାଜ୍ୟ ସଂଯୋଜକ କେ.ଶ୍ୟାମ ସୁନ୍ଦର ଦୋରା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସନାତନ ସାହୁ, ମହିଳା ସଭାନେତ୍ରୀ ବନଜା ପଣ୍ଡା, ପଦ୍ମ ଚରଣ ସାହୁ, ଏସ.ଦଣ୍ଡପାଣି ପାତ୍ର ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com