କ୍ରୀଡ଼ା

୨୦୨୩ ହକି ବିଶ୍ୱକପ ପାଇଁ ପ୍ରକାଶ ପାଇଲା ଖେଳସୂଚୀ

୨୦୨୩ ବିଶ୍ୱକପ ହକି ପାଇଁ ଖେଳସୂଚୀ ପ୍ରକାଶ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ସାଉଥ ଆଫ୍ରିକା- ଆର୍ଜେଣ୍ଟିନା । ଜାନୁଆରୀ ୧୩ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ-ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ । ବିଶ୍ୱକପରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ଥର ପାଇଁ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ମ୍ୟାଚ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଭାରତ-ସ୍ପେନ । ସେହିପରି ଜାନୁଆରୀ ୧୫ ଏବଂ ୧୯ ତାରିଖରେ ଭାରତ ଇଂଲଣ୍ଡ ଏବଂ ୱେଲ୍ସକୁ ଭେଟିବ । ଜାନୁଆରୀ ୨୯ରେ ସନ୍ଧ୍ୟା ୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । ପ୍ରଥମଥର ପାଇଁ ହକି ବିଶ୍ୱ କପରେ ସାମିଲ ହେବେ ଚିଲି ଓ ୱେଲ୍ସ । ଟିମଗୁଡିକୁ ଚାରୋଟି ପୁଲରେ ବିଭାଜିତ କରାଯାଇଛି । ପୁଲ-ଏ ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣଆଫ୍ରିକା । ପୁଲ-ବି ରେ ବେଲଜିଅମ, ଜର୍ମାନୀ, କୋରିଆ, ଜାପାନ । ପୁଲ-ସି ରେ ନେଦରଲ୍ୟାଣ୍ଡସ, ନିଉଜିଲ୍ୟାଣ୍ଡ, ମାଲାସିଆ, ଚିଲ୍ । ପୁଲ-ଡି ରେ ଭାରତ, ଇଂଲଣ୍ଡ, ସ୍ପେନ, ୱେଲ୍ସ ରହିଛନ୍ତି । ପ୍ରତି ପୁଲର ଶୀର୍ଷ ଟିମ୍ ସିଧାସଳଖ କ୍ୱାଟର ଫାଇନାଲ ପାଇଁ କ୍ୱାଲିଫାଏ କରିବେ ।  ସେହିପରି ପୁଲର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ଟିମ୍ କ୍ରସଓଭର ମ୍ୟାଚ୍ ଖେଳି ଶେଷ ୮ରେ ପହଞ୍ଚିବା ପାଇଁ ଯାଗା ବନାଇବେ ।

Related Articles

Back to top button
WP Twitter Auto Publish Powered By : XYZScripts.com