ଅନ୍ୟାନ୍ୟ

୮୨ ବର୍ଷ ବୟସରେ ମୁଲାୟମ ସିଂ ଯାଦବଙ୍କ ପରଲୋକ

ଉତ୍ତରପ୍ରଦେଶ, ୧୦/୧୦/୨୦୨୨-   ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।  ଏନେଇ ଟ୍ୱିଟ୍ କରି ତାଙ୍କ ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି । ଅସୁସ୍ଥତା ପାଇଁ ତାଙ୍କୁ ଅଗଷ୍ଟ ୨୨ରେ ମେଦାନ୍ତରେ ଭର୍ତ୍ତି କରାଯାଇଥିଲା । ଅକ୍ଟୋବର ୨ ତାରିଖରେ ଆଇସିୟୁକୁ ସ୍ଥାନାନ୍ତରିତ ହୋଇଥିଲେ ।

ମୁଲାୟମ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ସହ ସେ ୭ ଥର ସଂସଦକୁ ନିର୍ବାଚିତ ହୋଇଥିଲେ । କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାମ କରିଥିଲେ । ସେହିପରି ୟୁପିରୁ ବିଧାୟକ ଭାବେ ୮ ଥର ନିର୍ବାଚିତ ହୋଇଥିଲେ ।

ମୁଲାୟମ ସିଂ ୟୁରିନ୍ ସଂକ୍ରମଣ ସାଙ୍ଗକୁ ବ୍ଲଡ ପ୍ରେସର, ଓ ଶ୍ୱାସ ଜନିତ ସମସ୍ୟାରେ ପୀଡିତ ଥିଲେ ।  ତେଣୁ ତାଙ୍କୁ ଗୁରୁଗ୍ରାମ ମେଦାନ୍ତା  ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ସକାଳ ୮ଟା ୧୬ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ମୁଲାୟମଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com