ବାଣିଜ୍ୟ

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ବଢିଲା ଶଯ୍ୟା ସଂଖ୍ୟା

ଭୁବନେଶ୍ୱର, ୧୧ /୧୦/୨୦୨୨-    ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଆଉ ଶୋଇବେନି ରୋଗୀ । ବଢିଲା ଶଯ୍ୟା ସଂଖ୍ୟା । ଏନେଇ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରାଥମିକ ପର୍ଯ୍ୟାୟରେ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରିଛନ୍ତି । ସ୍ତ୍ରୀ ଓ ପ୍ରସୂତି ବିଭାଗ, ପୁରୁଷ ମେଡିସିନ୍ ଓ ମହିଳା ମେଡିସିନ୍ ବିଭାଗ ସମ୍ମୁଖ ବାରଣ୍ଡାରେ ଏହି ଶଯ୍ୟା ଗୁଡିକୁ ପକାଯାଇଛି ।

କ୍ୟାପିଟାଲ ହସ୍ପିଟାଲ ଉପରେ ରାଜଧାନୀ ସମେତ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରୁ ଦୈନିକ ବହୁ ସଂଖ୍ୟାରେ ଲୋକ ଚିକିତ୍ସା ପାଇଁ ଆସିଥାନ୍ତି । ରୋଗୀଙ୍କ ସଂଖ୍ୟା ଅନୁସାରେ ହସ୍ପିଟାଲରେ ଆବଶ୍ୟକ ଶଯ୍ୟା ନଥିବାରୁ ଅଧିକାଂଶ ସମୟରେ ରୋଗୀକୁ ବାରଣ୍ଡାରେ ଶୋଇବାକୁ ପଡିଥାଏ । ତେଣୁ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ହସ୍ପିଟାଲ ତରଫରୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖା ଯାଇଥିଲା । ମାତ୍ର ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରିଛନ୍ତି । କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com