ବାଣିଜ୍ୟ

ଭୁବନେଶ୍ୱରରେ କ୍ଲିକ୍ ଫର୍ କ୍ଲିନ୍ ଥିମ୍ ଆରମ୍ଭ

ସଫା ଆପ୍ ଉଦ୍‌ଘାଟିତ - ପ୍ରତି ଘରେ ଲାଗିବ କ୍ୟୁଆର୍ କୋଡ୍

ଭୁବନେଶ୍ୱର, ୧୨ /୧୦/୨୦୨୨-   ଅଳିଆ ପକାଇବାକୁ ଆଉ ରହିବନି ଅସୁବିଧା । ଏଭଳିକି ବିବାହ ବ୍ରତ ସାମାଜିକ କାର୍ଯ୍ୟକ୍ରମରେ ବାହାରୁଥିବା ଅଳିଆ ଆବର୍ଜନାକୁ ଫୋପାଡିବା ସହଜ ହେବ । ବିଏମସି ପକ୍ଷରୁ ଏନେଇ ନୂଆ କରି ସଫା ଆପ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ସ୍ବଚ୍ଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବାକୁ ବିଏମସି ପକ୍ଷରୁ ଏହି ଆପର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ‘ସଫା’ ଆପ୍‍ ରେ ‘କ୍ଲିକ୍‍ ଫର କ୍ଲିନ୍‍’ ଥିମ୍‍ ରଖାଯାଇଛି । ପ୍ରଥମେ ୱାର୍ଡ ନମ୍ବର ୪୦ ଅନ୍ତର୍ଗତ ୟୁନିଟ-୧ ସରକାରୀ କଲୋନିରୁ ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଭୁବନେଶ୍ୱର ସହରରେ ସବୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଏହା କାର୍ଯ୍ୟକାରୀ ହେବ ।

ନୂଆ ବ୍ୟବସ୍ଥାରେ ଭୁବନେଶ୍ୱରରେ ପ୍ରତି ଘରେ ଲାଗିବ କ୍ୟୁଆର୍ କୋଡ । ସେହିଭଳି କ୍ୟୁଆର କୋଡ଼ ସଫେଇ ବାଲା ଗାଡ଼ିକୁ ଜିପିଏସ ଯୋଗେ ଟ୍ରାକିଂ କରିବ । ବିଏମସିର ବିଭିନ୍ନ ସେବା ସମ୍ପର୍କିତ ତଥ୍ୟ ପାଇବା, ଅଭିଯୋଗ କରିବା ମଧ୍ୟ ଏହି ଆପ ଜରିଆରେ ହୋଇପାରିବ। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଏହି ‘ସଫା’ ଆପ୍‍ ଶୁଭାରମ୍ଭ ହୋଇଛି। ଏଣିକି ଦିନରେ ଦୁଇ ଥର ଉଠିବ ଅଳିଆ । ଏହି ସବୁ ଅଳିଆ ସଂଗ୍ରହ କରିବ ବିଏମସି । ଘରୁ ଓ ଦୋକାନୀଙ୍କ ଠାରୁ ସଂଗ୍ରହ କରାଯିବ ଅଳିଆ । ଏହି ଆପରେ ଲୋକମାନେ ସେସ୍ପୁୁଲ୍‍ ଗାଡ଼ି ବୁକ୍‍ କରିପାରିବାର ବ୍ୟବସ୍ଥା ରହିଛି ।

ଯେଉଁମାନେ ବିବାହ ବ୍ରତ ଉତ୍ସବ ଆଦି କରୁଛନ୍ତି, ସେମାନେ ଆପ୍‍ ଦ୍ୱାରା ବିଏମସିର ସଫେଇ ଗାଡ଼ି ବୁକ୍‍ କରିପାରିବେ । ଅନେକ ସ୍ଥାନରେ ଲୋକମାନେ ନିଜର ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ ବାହାରକୁ ନେବା ପାଇଁ ହଇରାଣ ହେଉଛନ୍ତି । ଏହି ଆପ୍‍ ସାହାଯ୍ୟରେ ସେମାନେ ଗାଡ଼ି ବୁକିଂ କରି ଅର୍ଥ ପୈଠ କରିପାରିବେ । ତେବେ ଡଷ୍ଟବିନ ରଖିନଥିବା ବ୍ୟକ୍ତିଙ୍କୁ ୫ ହଜାର ଏବଂ ଅଳିଆ ପୃଥକୀକରଣ ନକରି ବିଏମସିକୁ ଅଳିଆ ଦେଲେ ୫ ଶହ ଫାଇନ ଫାଇନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମସିସି ଓ ଏମଆରଏଫ୍ କୁ ଯେତିକି ଅଳିଆ ଆବର୍ଜନା ମିଳିବା କଥା ତାହା ଆସୁ ନାହିଁ । ତେଣୁ ଏହି ନିଷ୍ପତ୍ତି ବିଏମସି ନେଇଥିବା କମିଶନର କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com