ଅନ୍ୟାନ୍ୟ

ବଳୀ ଦେଇ ମଣିଷ ମାଂସ ଖାଉଥିଲେ ହତ୍ୟାକାରୀ ଦମ୍ପତ୍ତି, ୩ ଜଣକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ରାତା ରାତି ବଡ଼ଲୋକ ହେବା ନିଶାରେ୨ ମହିଳାଙ୍କୁ ହତ୍ୟା । ହତ୍ୟା କରିବା ପରେ ସେମାନଙ୍କ ମାଂସ ଖାଉଥିଲେ ହତ୍ୟାକାରୀ ଦମ୍ପତ୍ତି । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି ସ୍ୱାମୀ-ସ୍ତ୍ରୀ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଭଗବଳ ସିଂହ ଏବଂ ତାଙ୍କ ପତ୍ନୀ ଲୈଲା ଓ ରଶିଦ । ରଶିଦ ହେଉଛି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଦୁଇ ମହିଳା ଲଟେରି ଟିକେଟ ବିକ୍ରି କରନ୍ତି । ଜଣେ ମହିଳା ଜୁନ୍‌ରେ ନିଖୋଜ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ସେପ୍ଟେମ୍ବର ମାସରୁ ନିଖୋଜ ଥିଲେ।

ଗିରଫ ଦମ୍ପତିଙ୍କ ଭବିଷ୍ୟତ ପରିବର୍ତ୍ତନ କରିବାପାଇଁ ନରବଳି ଦେବାକୁ ପଡ଼ିବ ବୋଲି ରଶିଦ କହିଥିଲା । ନରବଳୀ ଦେଲେ ରାତା ରାତି ବଡ଼ଲୋକ ହୋଇଯିବ । ରସିଦର ଏଭଳି କଥା ସ୍ୱାମୀ- ସ୍ତ୍ରୀଙ୍କୁ ଆଜି ହତ୍ୟାକାରୀ ସଜେଇ ଦେଇଛି । ବଡ଼ଲୋକ ନିଶାରେ ଦୁଇ ଦୁଇଟି ନିରୀହ ଜୀବନ ନେଇଯାଇଛନ୍ତି ଏହି ଦମ୍ପତି । ଏବେ ପୋଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com