ଅନ୍ୟାନ୍ୟ

ଦଳିତ ଛାତ୍ର ବିଦ୍ୟାଳୟରେ ପାଇଖାନା ସଫାକଲେ

ବାଲିଅନ୍ତା, ୧୪/୧୦/୨୦୨୨ –  ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ କୋମଳମତି ଦଳିତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ମାନଙ୍କରେ ଛୁଆଁ ଅଛୁଆଁ, ଉଚ୍ଚନୀଚ, ଭେଦଭାବର ଶିକାର ହେବା ସହିତ ବିଦ୍ୟାଳୟର ପାଇଖାନା ସଫା କରିବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଉଛି l

ଘଟଣାଟି କୌଣସି ଉପାନ୍ତ ଅଞ୍ଚଳରେ ଘଟି ନାହିଁ l ରାଜଧାନୀ ସନ୍ନିକଟ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଝିଣ୍ଟିଶାସନ ମେଳକ ଉ.ପ୍ରା. ବିଦ୍ୟାଳୟରେ ଦଳିତ ଛାତ୍ର ମାନଙ୍କୁ ପାଇଖାନା ସଫା କରିବା ପାଇଁ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନେ ବାଧ୍ୟ କରୁଛନ୍ତି l ଏହି ଅମାନବୀୟ ଘୃଣିତ କାର୍ଯ୍ୟ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ୱାର୍ଡ଼ ସଭ୍ୟ ସନ୍ତୋଷ କୁମାର ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ବିରୁଦ୍ଧରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com