ଅନ୍ୟାନ୍ୟ

ଲଗାତାର ତୃତୀୟ ବର୍ଷ ପାଇଁ ପୁରୀ ବେଳାଭୂମିକୁ ମିଳିଲା ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା

ପୁରୀ, ୧୭ /୧୦/୨୦୨୨-    ପୁରୀ ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା ମିଳିଛି । ଲଗାତାର ତୃତୀୟ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି । ଡେନ୍‌ମାର୍କ ଫାଉଣ୍ଡେସନ୍‌ ଫର ଏନ୍‌ଭାର୍ଣ୍ଣମେଣ୍ଟାଲ ଏଜୁକେସନ ପକ୍ଷରୁ ୩୩ଟି ମାନଦଣ୍ଡ ଆଧାରରେ ସ୍ୱର୍ଣ୍ଣାଭ ବେଳାଭୂମିକୁ  ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ପ୍ରଦାନ କରାଯାଇଛି ।  ୨୦୨୦ ମସିହାରେ ପ୍ରଥମଥର ପାଇଁ ଗୋଲ୍‌ଡେନ ବିଚ୍‌କୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ପ୍ରଦାନ କରାଯାଇଥିଲା । ପର୍ଯ୍ୟଟକଙ୍କ ପାଇଁ ହିତକର ସମୁଦ୍ର ସ୍ନାନ ଉପଯୋଗୀ ବ୍ୟବସ୍ଥା ଏବଂ ଉନ୍ନତ ଭିତ୍ତିଭୂମି ଗୋଲ୍‌ଡେନ ବିଚ୍‌ ପାଇଁ ପୁଣି ଏହି ସଫଳତା ଆଣି ଦେଇଛି । ୮୭୦ ମିଟର ପରିମିତ ବେଳାଭୂମିରେ ସମୟ କ୍ରମେ ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି ।

ପୁରୀ ବେଳାଭୂମିରେ ସମୁଦ୍ର ଜଳ ସ୍ନାନ ଉପଯୋଗୀ କି ନୁହେଁ, ଏହାର ବାରମ୍ବାର ସର୍ବେକ୍ଷଣ କରାଯାଉଛି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ନ୍ୟାସନାଲ୍‌ କୋଷ୍ଟାଲ୍‌ ଜୋନ ‌ମ୍ୟାନେଜମେଣ୍ଟ ପ୍ରକଳ୍ପ ଅଧୀନରେ ଆନ୍ନା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମୁଦ୍ର ଜଳ ନମୁନା ପରୀକ୍ଷଣ କରା ଯାଇଥିବା ବେଳେ ଏହାମଧ୍ୟରେ ଥିବା ଦୁଇଟି ବ୍ୟାକ୍ଟେରିଆ ପରିମାଣ ଅନୁଧ୍ୟାନ କରାଯାଇଥିଲା । ଇ-କୋଲାଇ ଓ ଇଣ୍ଟର କୋସାଇର ପରିମାଣକୁ ଅନୁଧ୍ୟାନ ପରେ ଏଠାରେ ସମୁଦ୍ର ସ୍ନାନ ଅନୁକୂଳ ବୋଲି ରିପୋର୍ଟ ଦିଆଯାଇଛି ।

ସମଗ୍ର ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ବେଳାଭୂମିକୁ ଉଦାହରଣ ଭାବେ ଉପସ୍ଥାପନ କରାଯାଇଛି । ଏଥିସହ ଆଗାମୀ ଦିନରେ ଏହା ମଧ୍ୟରେ ପରିବେଶ ଅନୁକୂଳ ଜଳକ୍ରୀଡ଼ା ଉପଲବ୍ଧ ହେବାକୁ ଯାଉଛି ।  ବୈଜ୍ଞାନିକଙ୍କ ଦ୍ୱାରା ନିକଟରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ସମୁଦ୍ର ଜଳରେ ତାପମାତ୍ରାର ପରିମାଣ ହାରାହାରି ୨୮.୯୦ ଡିଗ୍ରି ସେଲ୍‌ସିୟସ ରହୁଥିବା ବେଳେ ୧ ଲିଟର ସମୁଦ୍ର ଜଳରେ ହାରାହାରି ୨୯.୫୮ ଗ୍ରାମ ଲବଣ ରହୁଥିବା ପରୀକ୍ଷାରୁ ଜଣାପଡ଼ିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com