ଅନ୍ୟାନ୍ୟ

 ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଭୁବନେଶ୍ୱର ଏମ୍‌ସର ଡାକ୍ତର ଗିରଫ

ଭୁବନେଶ୍ୱର, ୧୯ /୧୦/୨୦୨୨-   ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗର ବନ୍ଧା ହେଲେ ଡାକ୍ତର ଜୟଦୀପ ଦାସ ଗୁପ୍ତା । ଯୁବତୀଙ୍କ ଅଭିଯୋଗ କ୍ରମେ ମହିଳା ଥାନାରେ ମାମଲା ରୁଜୁ କରା ଯାଇଥିଲା । ମହିଳା ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ଯୁବତୀଜଣକ ଗତ ୧୭ ତାରିଖରେ ନିଜ ବାପାଙ୍କୁ ନେଇ ଏମ୍ସ ହସ୍ପିଟାଲକୁ ଯାଇଥିଲେ । ସେଠାରେ ଡାକ୍ତର ଜୟଦୀପଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ସେଠାରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ତାଙ୍କ ମୋବାଇଲ ନମ୍ବର ମାଗିଥିଲେ କିନ୍ତୁ ଅଭିଯୋଗକାରିଣୀ ତାଙ୍କ ନମ୍ବର ଦେବାକୁ ମନା କରିବାରୁ ଅଭିଯୁକ୍ତଜଣକ ତାଙ୍କ ବାପାଙ୍କୁ ସେଠାରୁ ଘରକୁ ନେବାକୁ ଦେବେ ନାହିଁ ବୋଲି କହିବାରୁ ଅଭିଯୋଗକାରିଣୀ ଜଣକ ବାଧ୍ୟ ହୋଇ ତାଙ୍କୁ ନିଜ ନମ୍ବର ଦେଇଥିଲେ ।

ନମ୍ବର ନେବାପରେ ଜାନୁଆରୀ ମାସ-୨୦୨୧ ପରଠାରୁ ଅଭିଯୁକ୍ତ ଜଣକ ତାଙ୍କ ସହିତ ନିୟମତ ବ୍ୟବଧାନରେ ଫୋନରେ କଥା ହେଉଥିଲେ । ପରେ ଅଭିଯୁକ୍ତ ଜଣକ ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ଅଭିଯୋଗକାରିଣୀଙ୍କ ବିସ୍ଵାସଭାଜନ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ଘନୀଭୂତ ହୋଇଥିଲା । ଉଭୟଙ୍କ ମିଳାମିଶା ମଧ୍ୟରେ ଅଭିଯୋଗକାରିଣୀ ୨ ମାସର ଗର୍ଭବତୀ ହୋଇଥିଲେ ଏବଂ ଅଭିଯୁକ୍ତଙ୍କ ନିର୍ଦ୍ଦେଶମତେ ଗର୍ଭପାତ ମଧ୍ୟ କରିଥିଲେ । କିଛି ଦିନ ପରେ ଅଭିଯୁକ୍ତଙ୍କ ଅନ୍ୟ ଜଣେ ଝିଅ ସହିତ ନିର୍ବନ୍ଧ ହୋଇଥିବା ନେଇ ଅଭିଯୋଗକାରିଣୀ କୌଣସି ସୂତ୍ରରୁ ସୂଚନା ପାଇଥିଲେ ।

ଏ ବିଷୟରେ ସତ୍ୟତା ଜାଣିବା ନିମନ୍ତେ ହଠାତ ସେ ଦିନେ ଅଭିଯୁକ୍ତଙ୍କ ହଷ୍ଟେଲକୁ ଚାଲି ଯାଇଥିଲେ । ସେଠାରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହେବା ସହ ଅଭିଯୁକ୍ତ ଜଣକ ଉତ୍ତ୍ୟକ୍ତ ହୋଇ ଅଭିଯୋଗକାରିଣୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଏହି ଘଟଣା କାହା ସମୁଖରେ କହିଲେ ଜୀବନରୁ ମାରିଦେବାଲାଗି ଧମକ ମଧ୍ୟ ଦେଇଥିଲେ । ଅନ୍ୟ ଉପାୟ ନପାଇ ଅଭିଯୋଗକାରିଣୀ ଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଭିତ୍ତି କରି ମହିଳା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com