ଓଡ଼ିଶା

ରକ୍ତମୁଖା ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ… ଗାଡି ଜାଳିଦେଲେ

ଭୁବନେଶ୍ୱର: ରକ୍ତମୁଖା ମାଓବାଦୀ । ମାଓବାଦୀ ମାନେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାଟେରୀଭଟା ଗ୍ରାମ ନିକଟରେ ଥିବା ଏକ ଠିକାଦାର କ୍ୟାମ୍ପରେ ପୋଡ଼ାଜଳା କରିଛନ୍ତି। ଠିକା କ୍ୟାମ୍ପର ଏକାଧିକ ଗାଡ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଦେଇଛନ୍ତି ଏବଂ ଘଟଣା ସ୍ଥଳରେ ବହୁ ମାଓ ପୋଷ୍ଟର ଲଗାଇଛନ୍ତି ।

ସୂଚନା ଅନୁସାରେ ୨୦ ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ଏହି କାଣ୍ଡ ଭିଆଇଛନ୍ତି । ଠିକା ସଂସ୍ଥାଟି କାଟେରିଭଟା ଛକ ଠାରୁ ପିପାଲି ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏକ ରାସ୍ତା ନିର୍ମାଣ କାମ କରୁଥିଲା । ଠିକାଦାରର ଜେସିବି, ୨ଟି ଟ୍ରାକ୍ଟର, ୨ଟି ମିକ୍ସଚର ମେସିନ ଜାଳି ଦେଇଛନ୍ତି । ସକାଳେ ମାଓବାଦୀ ମାନେ ସେହି ଗ୍ରାମରୁ ଜଣକୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com