ଅନ୍ୟାନ୍ୟ

ଚିକିଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

ବ୍ରହ୍ମପୁର, ୦୧/୧୧/୨୦୨୨ –   ରାଜ୍ୟ ସରକାରଙ୍କ ବିକାଶର ଗାଥା ଗାଁ ଗାଁରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଜି ଚିକିଟି ବ୍ଲକ ୧୮ ନମ୍ବର ଜୋନରୁ ବିଜେଡି ତାର ପଦଯାତ୍ରା ଆରମ୍ଭ କରିଛି । ବ୍ଲକ ବିଜେଡି ସଭାପତି ହେରମ୍ବ ରେଡିଙ୍କ ଗ୍ରାମ ଝାଟିପଦରରୁ ଆରମ୍ଭ ହୋଇଥିବା ପଦଯାତ୍ରା ସୁରଳ ଜଙ୍କସନରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ମନ୍ତ୍ରୀ ଉଷା ଦେବୀ,ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା,ଚିକିଟି ବ୍ଲକ ଚେୟାରମ୍ୟାନ ଆପନା ସେଠୀ ଯୋଗ ଦେଇ ଉକ୍ତ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁ, ଚିକିଟି ଏନଏସି ଚେୟାରମ୍ୟାନ ଦୀପା କୁମାରୀ ସାହୁ, ପୂର୍ବତନ ବ୍ଲକ ଅଧକ୍ଷା ଏମ. ପଦ୍ମା, ରଞ୍ଜନ ବେହେରା, ନିରଞ୍ଜନ ରେଡି , ବାବା ସାହେବ୍, ସମାଜସେବୀ ଦିବାକର ଗୌଡ଼, ପୂର୍ବତନ ଚ୍ୟାୟାରମ୍ୟାନ୍
ଏମ ନାଗରାଜୁ, ସମାଜସେବୀ ସୁରେନ୍ଦ୍ର ମଣ୍ଡଳଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ । ଏହି ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା। ଶେଷରେ ସୁରଳ ଜଙ୍କସନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ଏଠାରେ ମନ୍ତ୍ରୀ, ସାଂସଦ, ମେୟର ଓ ବରିଷ୍ଠ ନେତାମାନେ ରାଜ୍ୟସରକାରଙ୍କ ଶିକ୍ଷା,ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନା, ଯୁବକ ଯୁବତୀ ନିଯୁକ୍ତି ଯୋଜନା, ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋକପାତ ଚିକିଟିରେ ବିଜେଡିର ହାତମୁଠା ଟାଣ କରିବାକୁ ପଦଯାତ୍ରାରେ ସାମିଲ ଥିବା କର୍ମୀଙ୍କୁ ନିବେଦନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com