ଐତିହ୍ୟ ଓ ସଂସ୍କୃତି

ରାଜଗଡ଼ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ପାଳିତ

ମୁଖ୍ୟ ଆକର୍ଷଣ ଥିଲା ଗୋଟିପୁଅ ନୃତ୍ୟ, ଘୋଡା ନାଚ

ରାଜଗଡ଼, ମହାକାଳପଡ଼ା- ୦୮/୧୧/୨୦୨୨ –  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ରାଜଗଡ଼ ଗ୍ରାମରେ ଅନୁଷ୍ଠିତ ହେଉଛି ୬୦ ତମ କାର୍ତ୍ତିକେଶ୍ବର ପୂଜା । ଏଥିସହ ଧର୍ମର ମାସ କାର୍ତ୍ତିକର ଶେଷ ଦିନରେ ଡଙ୍ଗାଭସା ଏବଂ ବୋଇତ ବନ୍ଦାଣ ଉତ୍ସବ ସହ ରାହାସୋତ୍ସବ ଅନୁଷ୍ଠିତ ହୋଇଯାଇଛି । କୁମାର କାର୍ତ୍ତିକେୟଙ୍କ ପୂଜା ପରିପ୍ରେକ୍ଷୀରେ ପ୍ରତି ସନ୍ଧ୍ୟାରେ ଭଜନ, ଗୋଟିପୁଅ ନୃତ୍ୟ, ଘୋଡ଼ା ନାଚ, ଏବଂ ନୃତ୍ୟଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ।

ଅଧିକ ମନୋରଞ୍ଜନ ପାଇଁ ପୂଜା ପରିଷଦ ତରଫରୁ ମୀନା ବଜାରର ମଧ୍ୟ ଆୟୋଜନ କରାଯାଇଛି । ଏଥି ମଧ୍ୟରେ ରାମ ଦୋଳି, ଡ୍ରାଗନ୍, ଛୋଟ ପିଲାଙ୍କ ପାଇଁ ବ୍ରେକ ଡ୍ୟାନ୍ସ , ମିକି ମାଉସ ଭଳି ଖେଳ ରହିଛି । ସବୁଠୁ ବଡ ଆକର୍ଷଣ ଥିଲା ନାନା ପ୍ରକାର ଦେଶୀ ବିଦେଶୀ ଖାଦ୍ୟ ପସରା । ସାଙ୍ଗ ସାଥୀ ଏବଂ ବନ୍ଧୁ ପରିଜନଙ୍କ ଗହଣରେ ସାଧାରଣ ଲୋକେ ଏହାର ବେଶ୍ ମଜା ଉଠାଇଥିଲେ । ଏଥିସହ ମେଳାରେ ପଡିଥିବା ବିଭିନ୍ନ ଘରକରଣା ସାମଗ୍ରୀ, ଖେଳଣା ଆଦି ଭଳିକି ଭଳି ଦୋକାନ ଏବଂ ଷ୍ଟଲରେ ହଜାର ହଜାର ଲୋକ ଭିଡ଼ ଜମାଇବା ସହ କିଣାବିକା କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com