କ୍ରୀଡ଼ା

ଟି-୨୦ ବିଶ୍ୱକପ ଚାମ୍ପିୟନ ଇଂଲଣ୍ଡ

ଟି-୨୦ ବିଶ୍ୱକପର  ଚାମ୍ପିୟନ ହୋଇଛି ଇଂଲଣ୍ଡ । ଆଜି ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ପାକିସ୍ତାନ ଓ ଇଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।  ପାକିସ୍ତାନ ଇଂଲଣ୍ଡ ଆଗରେ ୧୩୮ ରନ୍‌ର ଟାର୍ଗେଟ ରଖିଥିଲା। ଇଂଲଣ୍ଡ ୫ ୱିକେଟ ହରାଇ ୧୯ ଓଭରରେ ମ୍ୟାଚକୁ ସହଜରେ ଜିତିଛି।  ଆଜିର ଫାଇନାଲ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ନିର୍ଦ୍ଧାରିତ ୨୦ ଓଭର ଖେଳି ପାକିସ୍ତାନ ୮ ୱିକେଟ ହରାଇ ୧୩୭ ରନ୍‌ କରିଥିଲା । ଇଂଲଣ୍ଡ ପକ୍ଷରୁ ଜସ୍ ବଟଲର ୧୭ ବଲରେ ୨୬ ରନ କରି ଆଉଟ ହୋଇଥିଲେ।  ଆଲେକ୍ସ ହେଲ୍ସ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ । ଫିଲ ସଲ୍ଟ  ୯ ବଲରେ ୧୦ ରନ କରି ଆଉଟ ହୋଇଥିବା ବେଳେ ହ୍ୟାରୀ ବ୍ରୁକ ୨୩ ବଲରେ ୨୦ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବେନ୍ ଷ୍ଟୋକ୍ସ ଏକି ସାନଦାର ଇଂନିସ ଖେଳିଥିଲେ। ବେନ୍ ଷ୍ଟୋକ୍ସ ଫାଇନାଲ ମ୍ୟାଚରେ ଏକ ଅର୍ଦ୍ଧଶକୀୟ ଇଂନିସ ଖେଳିଥିଲେ।  ୪୮ ବଲରେ ୫୨ ରନ କରି ଅପରାଜିତ ରହିଥିବା ବେଳେ ମୋଇନ ଅଲି ୧୩  ବଲର ୧୯ ରନ କରି ଆଉଟ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com