ଅନ୍ୟାନ୍ୟ

ମୁମ୍ବାଇ ବିମାନବନ୍ଦରରୁ ଜବତ ହେଲା ୬୧ କିଲୋ ସୁନା

ମୁମ୍ବାଇ ବିମାନବନ୍ଦରରୁ ଜବତ ହେଲା ୬୧ କିଲୋ ସୁନା । ଏହି ମାମଲାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗର ଅଧିକାରୀମାନେ ୨୬ ଖଣ୍ଡ ସୁନା ବିସ୍କୁଟ୍ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୩୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେମାନେ ସୁନାକୁ ଅଣ୍ଟାରେ ବେଲ୍ଟ ଭଳି ଗୋଡାଯାଇଥିବା ଏକ କପଡାରେ ଲୁଚାଇ ଆଣିଥିଲେ । ଗିରଫ ୭ ଜଣଙ୍କ ମଧ୍ୟରୁ ୪ ଜଣ ତାଞ୍ଜିନିଆରୁ ଫେରୁଥିଲେ । ସେମାନଙ୍କ ଠାରୁ ୫୩ କିଲୋ ସୁନା ଜବତ କରାଯାଇଥିଲା । ବାକି ୮ କିଲୋ ସୁନା ଅନ୍ୟମାନଙ୍କ ଠାରୁ ଜବତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com