Featuredଓଡ଼ିଶା

ନିଆରା ପ୍ରେମର ନିଆରା ସାଥି, ପ୍ରମିକା ପକ୍ଷାଘାତ ଜାଣି ମଧ୍ୟ ପ୍ରେମିକ କଲେ ଏମିତି

ଭୁବନେଶ୍ୱର: ପ୍ରେମ ହେଉଛି ଦୁଇ ହୃଦୟର ମିଳନ । ପ୍ରେମ କେତେବେଳେ ଆଉ କାହାକୁ ହୋଇଯାଏ ତାହା ଜଣ ମଧ୍ୟ ପଡ଼େନା । ପ୍ରେମରେ ପଡି କିଏ କାହାକୁ ଧୋକା ଦେଉଛି ତ ଆଉ କେଉଁଠି ପ୍ରେମ ପାଇଁ ଆତ୍ମହତ୍ୟା କରୁଛି । ଆଜିର ଦୁନିଆରେ ପ୍ରମର ସଂଜ୍ଞା ହୁଏତ ଖୁବ କାମ ଲୋକେ ବୁଝିପାରନ୍ତି ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ରେମିକା ଆଉ ପ୍ରେମିକଙ୍କ କଥା କହୁଚୁ, ଯାହାଙ୍କ କାହାଣୀ ଶୁଣିଲେ ହୁଏତ ଆପଣ ଚିନ୍ତା କରିବାକୁ ବାଧ୍ୟ ହେବେ । କହିବେ ,ଆଜିର ଏହି ସ୍ୱାର୍ଥପର ଦୁନିଆରେ ଏଭଳି ବି ଭଲ ପାଇବା ଅଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା । ଦୀର୍ଘ ୮ ବର୍ଷର ଅତୁଟ ଭଲପାଇବା ଆଜି ପୂର୍ଣାଙ୍ଗ ହୋଇଛି । ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।

ହେଲେ ଏହି ୮ ବର୍ଷ ମଧ୍ୟରେ ଅନେକ ସମସ୍ୟା ଆସିଛି । ହେଲେ ପ୍ରେମିକ ଶୁଭ୍ରାଂଶୁ କିନ୍ତୁ ପ୍ରେମିକାର ହାତ ଛାଡ଼ିନାହାନ୍ତି । ୨୦୧୫ ରୁ ଦୁହେଁ ଦୁହିଁଙ୍କୁ ଭଲପାଇ ଆସୁଥିଲେ । ହେଲେ ୨୦୧୯ ରେ ଦେବସ୍ମିତା ପକ୍ଷାଘାତର ଶିକାର ହେଲେ । ସେବେଠାରୁ ତାଙ୍କର ହୁଇଲ ଚେୟାର ପାଲଟି ଯାଇଛି ସହ ଭରସା । ମାତ୍ର ଦେବସ୍ମିତାଙ୍କର ଏଭଳି ପରିସ୍ଥିତିରେ ହାତ ଛାଡି ନଥିଲେ ଶୁଭ୍ରାଂଶୁ । ନିଜ ପ୍ରେମିକାକୁ ସାରା ଜୀବନ ପାଇଁ ଜୀବନସାଥୀ ରୂପେ ବାଛି ନେଇଛନ୍ତି । ସତରେ ଶୁଭ୍ରାଂଶୁ ଓ ଦେବସ୍ମିତା ଏ ସମାଜକୁ ଭଲ ପାଇବାର ଏକ ନିଆରା ବାର୍ତ୍ତା ଦେଇଛନ୍ତି । ପ୍ରମର ସଂଜ୍ଞା କଣ ତାହା ସମସ୍ତଙ୍କୁ ଜଣେଇଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com