ବାଣିଜ୍ୟ

ବିବାଦରେ ଛନ୍ଦି ହେଲା କଟକ ବାଲିଯାତ୍ରା

କଟକ, ୧୮/୧୧/୨୦୨୨-   ସଫଳ ଆୟୋଜନ ଏବଂ ଆଶା ଠାରୁ ଅଧିକ ଜନ ସମାଗମ ମଧ୍ୟରେ କଟକ ବାଲିଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ବେଶ୍ ପ୍ରଶଂସା ସାଉଣ୍ଟିଥିଲା । ଏପରିକି ଲୋକଙ୍କ ଆଗ୍ରହକୁ ଦେଖି ବାଲିଯାତ୍ରାକୁ ଗୋଟିଏ ବଢା ମଧ୍ୟ ଯାଇଥିଲା । ଗୁରୁବାର ବାଲିଯାତ୍ରାର ଶେଷ ହେବାର ୨୪ ଘଣ୍ଟା ନପୁରୁଣୁ ଆୟୋଜକଙ୍କ ବିରୁଦ୍ଧରେ ଆସିଛି ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଶାସକ ଦଳର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ । ଏଥର ଜିଲ୍ଲା ପ୍ରଶାସନ ଜନ ପ୍ରତିନିଧି ଏବଂ ସହରର ଶାନ୍ତି କମିଟିକୁ ଅଣଦେଖା କରିଛି । ଏମାନଙ୍କ ସହ ଆଲୋଚନା ନକରି ଏକଚାଟିଆ ଭାବେ ସବୁ ନିଷ୍ପତ୍ତି ନେଇଛି । ଏଣୁ ଏବର୍ଷ କଟକ ବାଲିଯାତ୍ରାରେ ବହୁ ବିଭ୍ରାଟ ହୋଇଛି ।

ସେହିଭଳି ପ୍ଲଟ ବଣ୍ଟନଠାରୁ ଆରମ୍ଭ କରି ଏହାର ଦାମ୍ ନିର୍ଦ୍ଧାରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆଦି କ୍ଷେତ୍ରରେ ବିଭ୍ରାଟ ହୋଇଛି । ଏହି କାରଣରୁ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି । ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ସଂପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ୍ କରିବାକୁ ପ୍ରଭାତ ଦାବି କରିଛନ୍ତି । ଆସନ୍ତା ଦିନରେ ଏଭଳି ବିଭ୍ରାଟ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ନୁହେଁ, ବରଂ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଟକ ବାଲିଯାତ୍ରା ଆୟୋଜନ ହେବା ଉଚିତ ।

ତେବେ ସେ ଯାହା ବି ହେଉ ୨ ବର୍ଷ ବ୍ୟବଧାନ ପରେ ଏଥର କଟକ ବାଲିଯାତ୍ରା ବେଶ୍ ଆକର୍ଷଣୀୟ ରହିଥିଲା । ୧୦ ଦିନ ଆୟୋଜନ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଜନ ସମାଗମ ଏବଂ ୨୦୦ କୋଟିରୁ ଅଧିକ କାରବାର ଏକ ରେକର୍ଡ ସୃଷ୍ଟି କରିଛି । ପୂର୍ବ ଭାରତର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ସାଂସ୍କୃତିକ ମେଳା ପଛରେ ଛାଡି ଯାଇଛି ଅନେକ ଅଭୁଲା ସ୍ମୃତି । ଏହାଛଡା ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖି କାଗଜ ଡଙ୍ଗା ତିଆରିରେ ଗିଜିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ, ସ୍ଥାପନ ଥିଲା ଆଉ ଏକ ଉପଲବ୍ଧି ।

 

Related Articles

Back to top button
WP Twitter Auto Publish Powered By : XYZScripts.com