ଅନ୍ୟାନ୍ୟ

ଲଞ୍ଚ୍‌ ହେଲା ପ୍ରଥମ ସ୍ୱଦେଶୀ ରକେଟ ବିକ୍ରମ-ଏସ୍

ଶ୍ରୀହରିକୋଟାରୁ ଲଞ୍ଚ ହେଲା ପ୍ରଥମ ସ୍ୱଦେଶୀ ରକେଟ୍ ବିକ୍ରମ-ଏସ୍ । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଇସ୍ରୋ ପକ୍ଷରୁ ବିକ୍ରମ-ଏସ୍ ଉତକ୍ଷେପଣ କରାଯାଇଛି । ଏହି ସବଅର୍ବିଟାଲ୍ ମିଶନର ନାଁ  ’ପ୍ରାରମ୍ଭ’ ରଖାଯାଇଛି । ବିକ୍ରମ-ଏସ୍ ରକେଟ ସବ୍‌ ଅର୍ବିଟାଲରେ ଘୂରିବୁଲିବ । ବିକ୍ରମ-ଏସକୁ ହାଇଦ୍ରାବାଦର ସ୍କାଏରୁଟ କମ୍ପାନୀ ନିର୍ମାଣ କରିଛି । ଏହା ଭାରତୀୟ ସ୍ପେସ ଇଣ୍ଡଷ୍ଟ୍ରିକୁ ଏକ ନୂଆ ଦିଶା ଦେବ । ଦିଗଙ୍ଗତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାଁରେ ରକେଟର ନାମକରଣ ହୋଇଛି । ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ । ଏହି ରକେଟକୁ କମ୍ ବଜେଟରେ ଲଞ୍ଚ କରାଯାଇଛି । ଏହାର ଇନ୍ଧନ ଭାବେ ଲିକ୍ୟୁଇଡ ନାଚୁରାଲ ଗ୍ୟାସ (LNG) ଏବଂ ଲିକ୍ୟୁଇଡ ଅକ୍ସିଜେନ (LOX) ର ବ୍ୟବହାର କରାଯାଇଛି । ଏହି ଇନ୍ଧନ ପ୍ରଦୂଷଣ ମୁକ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com