ଅନ୍ୟାନ୍ୟ

ଉତ୍ତରାଖଣ୍ଡରେ ଖାଇକୁ ଖସିଲା କାର୍ ଓ ସୁମୋ, ୧୭ ମୃତ, ଜଣେ ଗୁରତର

ଉତ୍ତରାଖଣ୍ଡରେ ଭିନ୍ନ ଭିନ୍ନ ସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଶନିବାର ଉତ୍ତରକାଶୀ ଜିଲ୍ଲାରେ କାର୍ ଦୁର୍ଘଟଣା ଯୋଗୁ ୫ଜଣ ପ୍ରାଣ ହରାଇଛନ୍ତି । ସେହିପରି ଶୁକ୍ରବାର ଚମୋଲି ଜିଲ୍ଲାରେ ଏକ ଟାଟା ସୁମୋ ଖାଇକୁ ଖସିପଡ଼ିବାରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା ।ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଜଣେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଦୁଇ ଦିନରେ ସଡ଼କ ଦୁର୍ଘଟଣାରେ ମୋଟ୍ ୧୭ଜଣ ପ୍ରାଣ ହରାଇଛନ୍ତି । ଉତ୍ତରଖଣ୍ଡ ସରକାର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com