ଐତିହ୍ୟ ଓ ସଂସ୍କୃତି

ଗଞ୍ଜାମ କଳା ପରିଷଦ ସମ୍ମିଳନୀ କକ୍ଷରେ ମାସିକ କବିତା ପାଠୋତ୍ସବ ଅନୁଷ୍ଠିତ

ବ୍ରହ୍ମପୁର, ୨୧/୧୧/୨୦୨୨-   ଗଞ୍ଜାମ କଳା ପରିଷଦ ବ୍ରହ୍ମପୁର ଗଞ୍ଜାମର , ସମ୍ମିଳନୀ କକ୍ଷରେ ପ୍ରାଚୀନ ସାହିତ୍ୟ ସଂସଦ ‘ ବ୍ରହ୍ମପୁରର ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦଘାଟକ ଓ ଆଲୋଚକ ଭାବେ ଡକ୍ଟର ସଞ୍ଜୟ କୁମାର ପଣ୍ଡା ଓଡ଼ିଆ ବିଭାଗୀୟ ମୁଖ୍ୟ ଚିକିଟି ମହାବିଦ୍ୟାଳୟ ଚିକିଟି ଗଞ୍ଜାମ, ସଭାପତି ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ସମ୍ପାଦକ ବଂଶୀଧର ସେଠି ମଞ୍ଚସୀନ ହୋଇଥିଲେ। ପ୍ରଫୁଲ୍ଲ କୁମାର ମହାପାତ୍ର , ସୈଦାମିନୀମିଶ୍ର, ସ୍ଵର୍ଣ୍ଣମୟୀ ପାଢ଼ୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲେ। ଆଲୋଚକ ଡକ୍ଟର ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଚିକିଟିର ରାଜଦରବାରରେ ବହୁ ରାଜକବି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି ।

“ଓଡ଼ିଆ ରାମ ସାହିତ୍ୟ ପରମ୍ପରାରେ ରାଜ କବି ବିଶ୍ବମ୍ବର ରାଜେନ୍ଦ୍ର ଦେବଙ୍କ” ବୀର ରାମଚନ୍ଦ୍ର ବିଳାସ, ଏକ ଭିନ୍ନ ସ୍ଥାନ ଅଧିକାର କରିଛି। ଉପେନ୍ଦ୍ରଙ୍କର ଶୈଳୀ ଓ ଭାଗବତ ବୃତ୍ତିରେ ଅତି ସୁନ୍ଦର ଭାବରେ ରଚନା କରିଛନ୍ତି । ପ୍ରଥମ ଅଧିବେଶନ ଆଲୋଚନାଚକ୍ରର ପ୍ରସଙ୍ଗ ” ଧନଞ୍ଜୟ ଭଞ୍ଜଙ୍କ ଶ୍ରୀ ରାମବିଳାସ” ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବରେ ସଭାପତି ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ମୁଖ୍ୟ ଅତିଥି ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ କବିତା ସଂଯୋଜିକା ପଦ୍ମିନୀ ମିଶ୍ର, ବଂଶୀଧର ସେଠି ମଞ୍ଚସୀନ ହୋଇଥିଲେ ।

ଏଥିରେ ପ୍ରଫୁଲ୍ଲ କୁମାର ମହାପାତ୍ର, ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ,ଇ ପ୍ରଫୁଲ୍ଲ କୁମାର ତ୍ରିପାଠୀ ,ବିଜୟ ଚନ୍ଦ୍ର ମିଶ୍ର, ସୁନୀଲ କୁମାର ପ୍ରଧାନ, ମନମୋହନ ରଥ, ବନ୍ଦନା ପଣ୍ଡା, ଭିକାରୀ ଚରଣ ମହାପାତ୍ର, ପଦ୍ମିନୀ ମିଶ୍ର, ମଧୁସ୍ମିତା ସାହୁ, ସଞ୍ଜୟ କୁମାର ଷଡଙ୍ଗୀ, ସଂଯୁକ୍ତା ଶତପଥୀ ,ବଂଶୀଧର ସେଠି , ବିଘ୍ନେଶ୍ୱର ସାହୁ ,କାଳୁଚରଣ ନାୟକ ,ଡକ୍ଟର ଭଗବାନ ଗୈାଡ, ଡକ୍ଟର ଅଶୋକ କୁମାର ପଣ୍ଡା, ଡକ୍ଟର ଆନନ୍ଦ ସେଠି, କପିଳ ଚନ୍ଦ୍ରମହାନ୍ତି ଆଦି ଉପସ୍ଥିତ ରହି କବିତା ପାଠ ଓ ସହଯୋଗ କରିଥିଲେ । ପରିଶେଷରେ ବିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com