ବିଜ୍ଞାନ ଓ ପ୍ରଯୁକ୍ତି

ଦଳ ବଦଳ ଆଇନ ହେବ କଠୋର

ନୂଆଦିଲ୍ଲୀ, ୨୧/୧୧/୨୦୨୨-   ନିର୍ବାଚନ ଆସିଲେ ଟିକେଟ ପାଇବା ଲୋଭରେ ରାଜନେତାମାନେ ଦଳ ଡିଆଁ କରିଥାନ୍ତି । ତେବେ ଏହା ଆଉ ଦଳ ବଦଳକାରୀ ନେତାଙ୍କ ପାଇଁ ସହଜ ହେବନାହିଁ । କେନ୍ଦ୍ର ସରକାର ଦଳବଦଳ ଆଇନରେ ଏକାଧିକ ପରିବର୍ତ୍ତନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିନେଇ ଆସନ୍ତା ଶୀତ ଅଧିବେଶନରେ ନୂଆ ସଂଶୋଧିତ ବିଲ ଆଗତ କରାଯିବ । ପ୍ରସ୍ତାବିତ ପରିବର୍ତ୍ତନ ଅନୁଯାୟୀ ଏଣିକି କୌଣସି ନେତା ଦଳ ବଦଳ କଲେ ଆସନ୍ତା ୫ ବର୍ଷ ପାଇଁ ନୂଆ ଦଳର ନିର୍ବାଚନୀ ଚିହ୍ନରେ ଲଢି ପାରିବେ ନାହିଁ । ଟିକେଟ ପାଇବା ଲୋଭରେ ଏ ଦଳରୁ ସେ ଦଳକୁ ଡେଉଁଥିବା ନେତାଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଏହପରି ଆଇନ ଅଣାଯାଉଛି ।

ସେହିଭଳି ନିର୍ବାଚନ ସମୟରେ ଦଳବଦଳକୁ ନେଇ ଦଳ ଚିନ୍ତା ପ୍ରକଟ କରିଥାନ୍ତି । ଦଳ ବଦଳ ଘୋଡା ବେପାରକୁ ପ୍ରୋତ୍ସାହିତ କରିଥାଏ । ଏହା ସ୍ବାଧୀନ ଏବଂ ନିରପେକ୍ଷ ନିର୍ବାଚନର ବିରୋଧୀ । ଗତ କିଛି ବର୍ଷ ହେଲା ଭୟ ଏବଂ ଲୋଭ ଯୋଗୁଁ ମଧ୍ୟ ଦଳ ବଦଳ ବୃଦ୍ଧି ପାଇବାରେ ଲାଗିଛି । ପରିବର୍ତ୍ତିତ ନିୟମ ଅନୁଯାୟୀ ନୂଆ ଦଳକୁ ଯାଇ ନିର୍ବାଚନ ଲଢିବାକୁ ହେଲେ ଅତି କମରେ କାର୍ଯ୍ୟକାଳ ପୁରିବାର ୬ ମାସ ପୂର୍ବରୁ ସେ ରହିଥିବା ପୁରୁଣା ଦଳକୁ ଛାଡିବେ । ଏହି ବିଲକୁ ପ୍ରୟତଃ ଜାତୀୟ ଦଳ ସହ ମାନ୍ୟତା ପ୍ରାପ୍ତ ଅନେକ ଆଞ୍ଚଳିକ ଦଳ ସମର୍ଥନ କରୁଛନ୍ତି । ଆସିବାକୁ ଥିବା ଏହି ବିଲରେ ପଞ୍ଜୀକୃତ ରାଜନୈତିକ ଦଳର ପଦାଧିକାରୀ ସହ ନିର୍ବାଚିତ ହୋଇ ନ ଥିବା ପ୍ରତିନିଧି ମଧ୍ୟ ସାମିଲ ହେବେ । କିନ୍ତୁ ଦଳ ବଦଳକାରୀ ଜଣେ ନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢି ପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com