ଅନ୍ୟାନ୍ୟ

ହାର ଚୋରି କରି ଯାଉଥିବା ବେଳେ ଚୋରକୁ ମାଡି ବସିଲା ପୋଲିସ, ସୋସିଆଲ ମିଡିଆରେ ଭାଇରଲ ଭିଡିଓ

ଭୁବନେଶ୍ୱର: ଦିଲ୍ଲୀର ଜଣେ ସାହସୀ କନଷ୍ଟେବଳ ଦୌଡ଼ି ପଳାଉଥିବା ବେଳେ ଚୋର କୁ କାବୁ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାର ଭିଡିଓ ଟ୍ୱିଟରରେ ଦିଲ୍ଲୀ ପୋଲିସର ଅଫିସିଆଲ ଆକାଉଣ୍ଟରୁ ସେୟାର କରାଯାଇଛି।

୧୯ ସେକେଣ୍ଡର ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ, ଚୋର ଜଣକ ବାଇକରେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା କନଷ୍ଟେବଳ ଅପରାଧୀଙ୍କୁ ଦେଖି ତାଙ୍କ ବାଇକକୁ ମନ୍ଥର କରିଦେଇଥିଲେ। ପୋଲିସ କର୍ମଚାରୀଙ୍କୁ ଦେଖି ଅପରାଧୀ ଜଣକ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରୁଛି।

ଅପରାଧୀ କନଷ୍ଟେବଳଙ୍କ ହାତରୁ ଖସିଯିବାକୁ ଚେଷ୍ଟା କରୁଥାଏ । କିନ୍ତୁ ଚୋର ଜଣକ କନଷ୍ଟେବଳ ସତ୍ୟେନ୍ଦ୍ର କବଳରୁ ଖସିପଳାଇବାକୁ ସକ୍ଷମ ହୋଇପାରେ ନାହିଁ । କନଷ୍ଟେବଳ ସତ୍ୟେନ୍ଦ୍ରଙ୍କ ସାହସିକତା ଯୋଗୁଁ ମହିଳାଙ୍କ ହାର ଚୋରି ହେବାରୁ ରକ୍ଷା ପାଇଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com