ବାଣିଜ୍ୟ

୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ଆଉ ଚାଲିବନି

ଭୁବନେଶ୍ୱର, ୨୬/୧୧/୨୦୨୨-  ଦେଶରେ ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ିଗୁଡିକୁ କବାଡ଼ିଖାନା ପଠାଯିବ । ଫଳରେ ଆଗାମୀ ଦିନରେ ସଡ଼କରେ ଆଉ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି ଦେଖିବାକୁ ମିଳିବ ନାହିଁ । ଏ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି । ଏହି ନୂଆ ନିୟମ ସମ୍ପର୍କରେ ସବୁ ରାଜ୍ୟକୁ ମଧ୍ୟ ଅବଗତ କରାଯାଇଛି । ଦେଶରେ ବଢ଼ିଚାଲିଥିବା ପ୍ରଦୂଷଣ ହ୍ରାସ ଘଟାଇବା ଲାଗି ଅନେକ ନିୟମ ପ୍ରସ୍ତୁତ କରାଯାଇଛି । ଏଥିରେ ରାଜ୍ୟ ସରକାରଗୁଡିକ ୧୫ ବର୍ଷ ପୁରୁଣା ବସ୍‌, ଟ୍ରକ୍, କାର ଏବଂ ସେମାନଙ୍କ ଅଧୀନରେ ଆସୁଥିବା ବିଭାଗରେ ବ୍ୟବହୃତ ହେଉଥିବା କୌଣସି ପ୍ରକାରର ସରକାରୀ ଯାନକୁ ସ୍କ୍ରାପ୍ କରିବାକୁ କୁହାଯାଇଛି ।

ହରିୟାଣାରେ ନୂତନ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧାର ଉଦଘାଟନ ଅବସରରେ ଗଡ଼କରୀ ପ୍ରତ୍ୟେକ ଜିଲାରେ ଯାନବାହନ ଚଳାଚଳ ପାଇଁ ଦୁଇରୁ ତିନୋଟି ସ୍କ୍ରାପିଂ ସେଣ୍ଟର ଖୋଲାଯିବ ବୋଲି କହିଥିଲେ । ଫଳରେ ଗାଡି ମାଲିକମାନଙ୍କୁ ପୁରୁଣା ଗାଡିଗୁଡ଼ିକୁ ସ୍କ୍ରାପ୍ କରିବାକୁ ଆଉ ବହୁ ଦୂର ଯିବାକୁ ପଡିବନାହିଁ । ଏହି ନୂତନ ନୀତି ଅନୁଯାୟୀ, ସରକାର ନୂତନ ଗାଡି କ୍ରୟ ଉପରେ ପଞ୍ଜୀକରଣ ଶୁଳ୍କ ମଧ୍ୟ ଛାଡ କରି ଦେଇଛନ୍ତି । ପୂର୍ବରୁ ଘରୋଇ ପେଟ୍ରୋଲ ଏବଂ ଡିଜେଲ ଗାଡି ୧୦ ବର୍ଷ ଏବଂ ୧୫ ବର୍ଷ ପରେ ଆଉ ସଡ଼କରେ ଚାଲିପାରିବ ନାହିଁ ବୋଲି ନିୟମ ଅଣାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com