କ୍ରୀଡ଼ା

ଭାରତୀୟ କ୍ରିକେଟ ଦଳରୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷକ ପେଡି ଅପଟନଙ୍କ ଛୁଟି

ମୁମ୍ବାଇ, ୨୬/୧୧/୨୦୨୨-   ଟ୍ୱେଣ୍ଟି -୨୦ ବିଶ୍ଵକପ୍ -୨୦୨୨ରେ ଭାରତୀୟ କ୍ରିକେଟ ଦଳ ସେମି ଫାଇନାଲରେ ଶୋଚନୀୟ ପରାଜୟ ବରଣ କରିବା ପରେ BCCI ଏକାଧିକ ପରିବର୍ତ୍ତନ କରିଥିଲା । ଏବେ ଏହି କ୍ରମରେ BCCI  ଦଳ ସହ ରହୁଥିବା ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷକ ପେଡି ଅପଟନଙ୍କ କାର୍ଯ୍ୟକାଳ ନ ବଢାଇବାକୁ ସ୍ଥିର କରିଛି । ଆସନ୍ତା ସପ୍ତାହରେ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ତିନି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ୍ ପାଇଁ ବାଂଲାଦେଶ ଗସ୍ତ କରିବ । ଏହି ଗସ୍ତରେ ଦଳ ସହିତ ଅପଟନଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ । ଚଳିତ ବର୍ଷ ଜୁଲାଇରେ ବିସିସିଆଇ ୫୩ ବର୍ଷୀୟ ପେଡି ଅପଟନଙ୍କୁ ନିଯୁକ୍ତି ଦେଇଥିଲା ।
ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଟି-୨୦ ବିଶ୍ଵ କପ ପାଇଁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷକ ରଖିବାକୁ ଅନୁରୋଧ କରିଥିଲେ। ଅପଟନ ଭାରତର ଓ୍ଵେଷ୍ଟଇଣ୍ଡିଜ ଗସ୍ତରୁ ନିଜର ସେବା ଆରମ୍ଭ କରିଥିଲେ ଏବଂ ଟି-୨୦ ବିଶ୍ଵ କପ ପୂରା ହେବା ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିଲା । ଟି-୨୦ ବିଶ୍ଵ କପ୍ ସରିବା ପରେ ବିସିସିଆଇ ତାଙ୍କର କାର୍ଯ୍ୟକାଳ ନ ବଢାଇବାକୁ ନିଷ୍ପତ୍ତି ନେଇଛି । ଟି-୨୦ ବିଶ୍ଵ କପ ସମୟରେ ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରୁଥିବା କେ.ଏଲ ରାହୁଲଙ୍କ ସହିତ କିଛି କାମ କରୁନଥିବାରୁ ଅପଟନଙ୍କୁ ସୁନିଲ ଗାଭାସ୍କର ଖୁବ୍ ସମାଲୋଚନା କରିଥିଲେ । ଅପଟନଙ୍କ ଏଥର କାର୍ଯ୍ୟକାଳ ନିରାଶଜନକ ରହିଥିଲେ ବି ସେ ୨୦୧୧ ବିଶ୍ଵ କପ୍ ବିଜେତା ଭାରତୀୟ ଦଳରେ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟନଙ୍କ ଜଡିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com