ଐତିହ୍ୟ ଓ ସଂସ୍କୃତି

ହ୍ୱାଟ୍‌ସଆପ ଆଣିଲା ନୂଆ ‌- ‘ଷ୍ଟାଟସ୍‌ ଫିଚର୍‌’

ଭୁବନେଶ୍ୱର, ୨୬/୧୧/୨୦୨୨-  ଲୋକପ୍ରିୟ ମେସେଜିଂ ଆପ୍‌ ହ୍ୱାଟ୍‌ସଆପ କମ୍ପାନି ଏବେ ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିବାକୁ ଯାଉଛି । ଏହି ଫିଚର୍ ନାଁ ହେଉଛି ହ୍ୱାଟ୍‌ସଆପ ‌’ଷ୍ଟାଟସ୍‌ ଫିଚର୍‌’। ଏହି ଫିଚର ଜରିଆରେ ବ୍ୟବହାରୀ ହ୍ୱାଟ୍‌ସଆପ ଷ୍ଟାଟସ୍‌ରେ କେବଳ ଫଟୋ, ଭିଡିଓ କିମ୍ବା କ୍ୟାପ୍‌ସନ ନୁହେଁ, ବରଂ ଏଣିକି ଭଏସ୍‌ ନୋଟ୍‌ ଓ ଆଇଡିଆ ବି ସେୟାର କରିହେବ । ଏବେ ହ୍ୱାଟ୍‌ସଆପର ବେଟା ଭର୍ସନରେ ଏହି ସୁବିଧା ଲଞ୍ଚ ହୋଇଥିବା ବେଳେ ଆଗକୁ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ଏହି ଫିଚର ମାଧ୍ୟମରେ ବ୍ୟବହାରକାରୀ ଷ୍ଟାଟସ୍‌ରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଅଡିଓ ସେୟାର କରିପାରିବେ । ଏହି ଫିଚରରେ ମାଇକ୍‌ ପରି ଏକ ଆଇକନ୍‌ ଦେଖାଯିବ । ଯାହାକୁ କ୍ଲିକ୍‌ କରି ୩୦ ସକେଣ୍ଡ ପର୍ଯ୍ୟନ୍ତ ନିଜର ଆଇଡିଆ ସେୟାର କରାଯାଇ ପାରିବ । ଏହି ଅଡିଓ ଷ୍ଟାଟ୍‌ସକୁ କେବଳ ସେହିମାନେ ଦେଖିପାରିବେ ଯାହାକୁ ବ୍ୟବହାରକାରୀ ଜଣକ ବାଛିଥିବେ । ଏଥିପାଇଁ  ପ୍ରାଇଭେଟ୍‌ ସେଟିଂକୁ ଯାଇ ବ୍ୟବହାରକାରୀଙ୍କୁ ଚୟନ କରିବାକୁ ପଡ଼ିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com