ଅନ୍ୟାନ୍ୟ

ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଦିଲ୍ଲୀ ASI ଟିମ୍

ପୁରୀ , ୨୭/୧୧/୨୦୨୨-   ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ଦିଲ୍ଲୀର ASI ଟିମ୍ । ବିଶେଷଜ୍ଞ କମିଟିର ଗସ୍ତ ନେଇ ମନ୍ଦିର ଭିତରେ ଓ ବାହାରେ ପୂର୍ବରୁ ଭାରା ବନ୍ଧା ସରିଛି । ନାଟମଣ୍ଡପର ଗରୁଡ଼ ସ୍ତମ୍ଭ ପାର୍ଶ୍ଵ, କଲମ ତଥା ଛାତକୁ ଧରି ରଖିଥିବା ବିମରେ ୨୦୧୮ ମସିହା ଜୁନ ମାସରୁ ଫାଟ ଦେଖା ଦେଇଛି । ଏହି ଫାଟକୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ନିୟୋଜିତ କୋର୍‌ କମିଟି ଠାବ କରିଥିଲା । ଫାଟ ସେହିଦିନରୁ ଅଧିକ ବଢୁଛି କି ନାହିଁ, ତାହାର ଯାଞ୍ଚ ପାଇଁ ଏକ କ୍ରାକ୍ ମିଟର ଲଗାଯାଇଥିଲା । ଏହି ମିଟର ଅନଲାଇନରେ ଡାଟା ସଂଗ୍ରହ କରୁଥିବା ବେଳେ ଏହାର ଯାଞ୍ଚ କରାଯିବ । ବର୍ତ୍ତମାନ ସୁଦ୍ଧା କ୍ରାକ୍ ମିଟର ଦ୍ଵାରା ବିମ୍ ଫାଟର ସ୍ଥିତି କ’ଣ ରହିଛି ତାର ତର୍ଜମା ହୋଇ ପାରିନାହିଁ । ଆଜିର ଏହି ଅନୁଧ୍ୟାନ ପରେ ASI ଟିମ୍  ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ ବାହାର କରିବେ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com