ଅନ୍ୟାନ୍ୟ

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଛୁରା ମାଡ଼

ଭଦ୍ରକ, ୨୭/୧୧/୨୦୨୨-  ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଭାବନୀୟ ଘଟଣା । ଜଣେ ବିଶୃଙ୍ଖଳିତ ସେବାୟତଙ୍କ ଛୁରା ମାଡରେ  ଅନ୍ୟ ଜଣେ ସେବାୟତ ଗୁରୁତର ଆହତ ହୋଇଛନ୍ତି । ଆହତ ସେବାୟତ ହେଉଛନ୍ତି ଗଦାଧର ପାଢୀ । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ କରିଥିବା ସେବାୟତ ତପନ ପାଢୀକୁ ଥାନାରେ ଅଟକ ରଖା ଯାଇଛି । ମନ୍ଦିରରେ ଦୀର୍ଘଦିନ ଧରି ବିଶୃଙ୍ଖଳିତ କରିବା ସହ ମନ୍ଦିର ନିୟମକୁ ଉଲଂଘନ କରି ବେଆଇନ ଭାବେ ଆଗନ୍ତୁକ ଭକ୍ତଙ୍କୁ ପାଦୁକ ଚନ୍ଦନ ଦେଇ ଜୋର ଜବରଦସ୍ତ ଦକ୍ଷିଣା ଆଦାୟ କରି ଆସୁଥିଲେ ।

ଏପରି ନକରିବାକୁ ଚଳିତ ମାସ ୧୦ ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି  କରା ଯାଇଥିଲା । ହେଲେ କିଛି ସେବାୟତ ଏହି ନିୟମକୁ ମାନି ନଥିଲେ । ମନ୍ଦିର ଗର୍ଭଗୃହକୁ ଭକ୍ତ ଓ ଅଣ ସେବାୟତଙ୍କୁ ପ୍ରବେଶ କରାଇବା ସହ ମନ୍ଦିର ବେଢାରେ ବେଆଇନ ଦକ୍ଷିଣା ଆଦାୟ କରିଥିଲେ । ଆଜି ୧୨ଟା ବେଳେ ଏପରି ନ କରିବାକୁ କିଛି ସେବାୟତ ବାରଣ କରିବାରୁ ତପନ ପାଢୀ ଓ ତାଙ୍କ ସହଯୋଗୀ ଛୁରାମାଡ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com