ଅନ୍ୟାନ୍ୟ

ଭୁବନେଶ୍ୱରରୁ ୪ ଲୁଟେରା ଗିରଫ

ଭୁବନେଶ୍ୱର, ୨୮/୧୧/୨୦୨୨-  ଭୁବନେଶ୍ୱରରୁ ସୋମବାର ୪ ଜଣ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର ସହ ୪ ମୋବାଇଲ  ଏବଂ ୨ଟି ବାଇକ୍‌ ଜବତ କରାଯାଇଛି । ଲିଙ୍ଗରାଜ ଥାନା ପୋଲିସ ଏହି ୪ଜଣଙ୍କୁ ଗିରଫ କରିଛି । ଏହି ଲୁଟେରାଙ୍କ ସହ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ କମିଶନରେଟ୍‌ ପୋଲିସ ଖୋଲତାଡ଼ କରୁଛି । କିଛି ଦିନ ହେବା ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ପୋଲିସ ଲଗାତର ଭାବେ ଲୁଟେରାକୁ ଧରିବାକୁ ଯୋଜନା କରୁଥିଲେ ମଧ୍ୟ ସଫଳ ହେଉନଥିଲା । ଶେଷରେ ଆଜି ଏମାନଙ୍କୁ ଧରିବାକୁ  ସଫଳ ହୋଇଛି କମିଶନରେଟ୍‌ ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com