ଅନ୍ୟାନ୍ୟ

ସ୍ୱାମୀଙ୍କୁ ହତ୍ୟା ପରେ ଶବକୁ ୨୨ ଖଣ୍ଡ କଲା ସ୍ତ୍ରୀ

ଶ୍ରଦ୍ଧା ହତ୍ୟା ମାମଲାର ପୁନରାବୃତ୍ତି ଘଟିଛି । ଦିଲ୍ଲୀର ପାଣ୍ଡବନଗରରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ତେବେ ପୋଲିସ ଏପରି ଦୁଇ ହତ୍ୟାକରୀଙ୍କୁ ଗିରଫ କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ସ୍ତ୍ରୀ ତାର ପୁଅ ସହାୟତାରେ ସ୍ୱାମୀକୁ ହତ୍ୟା କରିଥିଲା । ଏଥିସହିତ ଉଭୟ ମା’ ପୁଅ ମୃତ ଦେହକୁ ୨୨ ଖଣ୍ଡ କରି କାଟି ପ୍ରତ୍ୟେକ ଦିନ କିଛି କିଛି ଟୁକୁଡା ବିଭିନ୍ନ ସ୍ଥାନରେ ଫିଙ୍ଗୁଥିଲେ । କିନ୍ତୁ ଏଥିରୁ କିଛି ଅଂଶ ହଠାତ୍ ଲୋକଙ୍କ ହାବୁଡରେ ପଡିଥିଲା । ଯାହାପରେ ମାମଲାଟି ପୋଲିସ କାନକୁ ଯାଇଥିଲା । ଏହାପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଅନେକ ଛାନବିନ୍ କରିବା ପରେ ପୋଲିସ ହାତରେ ଏହି ଦୁଇ ହତ୍ୟାକାରୀ ଧରା ପଡିଛନ୍ତି ।ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି ଯେ , ପାଣ୍ଡବନଗର ବାସିନ୍ଦା ଅଞ୍ଜନ ଦାସ ପ୍ରତ୍ୟେକ ଦିନ ମଦ୍ୟପାନ କରି ଆସିବା ସହ ଏକାଧିକ ମହିଳାଙ୍କୁ ବିବାହ କରିଥିଲା । ସେହିପରି ତା’ର ସ୍ତ୍ରୀ ପୁନମ୍ ଦାସ ମଧ୍ୟ ଏକାଧିକ ବିବାହ କରିଥିଲା । କିନ୍ତୁ ଅଞ୍ଜନ ପ୍ରତିଦିନ ମଦ ପିଇ ଆସି ଘରେ ଗାଳିଗୁଲଜ କରିବା ସହ ବହୂ ଉପରେ ଖରାପ ଦୃଷ୍ଟି ପକାଉଥିଲା । ଯାହାକୁ ନେଇ ବହୂ, ପୁନମ ଏବଂ ପୁଅ ଦିପକକୁ ଅଭିଯୋଗ କରିଥିଲା ।ତେବେ ପୁନମ ପାଖରେ ରହୁଥିବା ପୁଅ ତାର ପ୍ରଥମ ସ୍ୱାମୀର ବୋଲି ଜଣା ପଡିଛି । ତେବ ପ୍ରତିଦିନ ଅଞ୍ଜନ ଏପରି କରୁଥିବାରୁ ରାଗି ଯାଇଥିଲା ସାବତ ପୁଅ ଦୀପକ ।  ମଦରେ ନିଶା ମିଶାଇ ଅଞ୍ଜନଙ୍କୁ ପିଇବାକୁ ଦେଇଥିଲା ପୁଅ ଦିପକ । ଏହାପରେ ଅଞ୍ଜନ ବହୋସ ହୋଇଯିବା ପରେ ମା’ , ପୁଅ ମିଶି ତାକୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ କାଟି ୨୨ ଖଣ୍ଡ କରିଥିଲେ ।ଏଥିସହିତ ମୃତ ଦେହକୁ ପଲିଥିନ୍ ଓ ଅଖାରେ ପୁରାଇ ପ୍ରତିଦିନ କିଛି କିଛି ଫିଙ୍ଗୁଥିଲେ ।ତେବେ ଏହି ଦୃଶ୍ୟ ରାସ୍ତା କଡର ଏକ ଦୋକାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହେଉଥିଲା । ପରେ ଲୋକମାନେ ମଧ୍ୟ ମା ପୁଅଙ୍କୁ ସନ୍ଦେହ କରିଥିଲେ । ପରେ ମଣିଷ ଶରୀର କିଛି କଟା ଅଙ୍ଗ ଲୋକେ ଅଳିଆ ଗଦାରେ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଉଭୟ ହତ୍ୟାକାରୀ ମା ଓ ପୁଅକୁ ଗିରଫ କରିଥିଲା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com