କ୍ରୀଡ଼ା

ଫିଫା ୱାଲର୍ଡ କପ: ବେଲଜିୟମ ହାରିବା ପରେ ବ୍ରସେଲ୍ସରେ ଦଙ୍ଗା

ଫିଫା ୱାର୍ଲ୍ଡ କପକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୋରୋକୋଠାରୁ ବେଲଜିୟମ ହାରିଯିବା ପରେ ବ୍ରସେଲ୍ସରେ ଦଙ୍ଗା ପରିସ୍ଥତି ସୃଷ୍ଟି ହୋଇଛି । ଦଙ୍ଗାରେ କିଛି ଯାନବାହାନ ଜଳାପୋଡା ହେବା ସହ ରାସ୍ତା ରୋକ ମଧ୍ୟ ହୋଇଛି । ତେବେ କିଛି ଫୁଟବଲ ପ୍ରେମୀ ମୋରୋକୀୟ ଜାତୀୟ ପତାକା ଘୋଡ଼ାଇ ହୋଇ ବ୍ରସେଲ୍‌ଜ୍‌ର କେତେକ ଅଞ୍ଚଳରେ ଦଙ୍ଗା ଓ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହାକୁ ରୋକିବା ପାଇଁ ପୁଲିସ ସେମାନଙ୍କ ଉପରକୁ ପାଣିମାଡ଼ କରିବା ସହିତ ଲୁହବୁହା ବାଷ୍ପ ଛାଡ଼ିଥିଲା। ଏଥିସହିତ ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯିବା ସହ ୧୨ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଦଙ୍ଗକାରୀମାନେ ଦହନଶୀଳ ବିସ୍ଫୋରକ, ହାତରେ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଓ ଲାଠି ବ୍ୟବହାର କରିବା ସହିତ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାଜପଥରେ ନିଆଁ ଜାଳିଥିଲେ। ଯାହାଫଳରେ ସେହି ନିଆଁରେ ଜଣେ ସାମ୍ବାଦିକଙ୍କ ମୁହଁ ପୋଡି ଯାଇଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com