କ୍ରୀଡ଼ା

ଗୋଟିଏ ଓଭରରେ ୭ଟି ଛକା ମାରିଲେ ଋତୁରାଜ

ଭୁବନେଶ୍ୱର, ୨୮/୧୧/୨୦୨୨-  ଭାରତୀୟ କ୍ରିକେଟର ଋତୁରାଜ ଗାଏକୱାଡ ବିଜୟ ହଜାରେ ଟ୍ରଫିରେ ଇତିହାସ ରଚିଛନ୍ତି । ଗୋଟିଏ ଓଭରରେ ସାତୋଟି ଛକା ମାରି କ୍ରିକେଟରେ ରେକର୍ଡ କରି ବିଶ୍ଵର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ମହାରାଷ୍ଟ୍ରରୁ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ଖେଳି ଏହି କୀର୍ତ୍ତିମାନ ରଚିଛନ୍ତି । ବୋଲରଙ୍କ ସେ ନିଦ ହଜାଇ ଦେଇଛନ୍ତି । ଉତ୍ତର ପ୍ରଦେଶର ବୋଲର ଶିବା ସିଂଙ୍କ ଓଭରରେ ଏହି କାରନାମା କରି ଦେଖାଇଛନ୍ତି ଋତୁରାଜ  । ଓଭରର ନୋ ବଲରେ ମଧ୍ୟ ସେ ଛକା ବର୍ଷା କରିଛନ୍ତି  । ସାତୋଟି ବଲରେ ସାତୋଟି ଛକା ମାରି ନୂଆ ରେକର୍ଡ ସେ ସୃଷ୍ଟି କରିଛନ୍ତି  । ଏହି ମ୍ୟାଚରେ ୧୫୯ ବଲରେ ୧୦ଟି ଚଉକା ସହ ସେ ୧୬ଟି ଛକା ମାରି ୨୨୦ ରନ ସଂଗ୍ରହ କରିଥିଲେ । ଗାଏକୱାଡଙ୍କ ୨୨୦ ରନ ସାହାଯ୍ୟରେ ମହାରାଷ୍ଟ୍ର ୫୦ ଓଭରରେ ୫ ୱିକେଟ ହରାଇ ୩୦୦ ରନ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com