ଅନ୍ୟାନ୍ୟ

ମୁହାଁମୁହିଁ ଅବସ୍ଥାରେ ଚୀନ୍ – ତାଇୱାନ

ଭୁବନେଶ୍ୱର, ୨୯/୧୧/୨୦୨୨-   ପୁଣି ଯୁଦ୍ଧ ମୁହାଁ ହେଉଛି ଚୀନ । ତାଇୱାନ ସୀମାରେ ଚୀନ ୯ଟି ଜେଟ ଅନୁପ୍ରବେଶ କରାଇବା ସହ ୪ଟି ଯୁଦ୍ଧ ଜାହାଜ ମୁତୟନ କରିଛି । ଏହାସହିତ ପାଟ୍ରୋଲ ଏୟାରକ୍ରାଫ୍ଟ ଓ ଭୂପୃଷ୍ଠରୁ ନିକ୍ଷେପ ହୋଇ ପାରୁଥିବା ମିସାଇଲକୁ ମଧ୍ୟ ମୁତୟନ କରିଛି । ସେପଟେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ତାଇୱାନ ଆର୍ମି ମଧ୍ୟ ସତର୍କ ହୋଇଛି । ଯୁଦ୍ଧ ବିମାନକୁ ଆଲର୍ଟ ରଖିବା ସହିତ ଏୟାର ପାଟ୍ରୋଲ ଉପରେ ଗୁରୁତ୍ବ ଦେଇଛି ।

ସେହିପରି ଚୀନର ମିସାଇଲ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଚୀନର ବିମାନଗୁଡିକ ତାଇୱାନ ଷ୍ଟ୍ରେଟର ମଧ୍ୟ ଲାଇନକୁ ଅତିକ୍ରମ କରିଥିବା ଜଣାପଡିଛି । ରବିବାର ଚୀନର ୮ଟି ଯୁଦ୍ଧବିମାନ ଓ ୪ଟି ନୌଜାହାଜ ମୁତୟନ ହେବା ପରେ ସୋମବାର ପୁଣି ଥରେ ଯୁଦ୍ଧାସ୍ତ୍ର ମୁତୟନ କରିଛି । ଏହା ପୂର୍ବରୁ ନଭେମ୍ବର ୬ରେ ତାଇୱାନ ସୀମା ଭିତରେ ଚୀନର ୪୬ଟି ଯୁଦ୍ଧବିମାନ ଓ ୪ଟି ନୌଜାହଜ ସମରାଭ୍ୟାସ ପ୍ରଦର୍ଶନ କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com