ଅନ୍ୟାନ୍ୟ

ଆକ୍ସନ ମୋଡରେ ଏଟିଏସ , ୫ଶହ କୋଟି ଟଙ୍କାର ଡ୍ରଗ୍ସ ଜବତ

ଗାନ୍ଧିନଗର: ଗୁଜରାଟ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ଏଟିଏସ । ଆଣ୍ଟି ଟେରର୍ ସ୍କ୍ବାର୍ଡ ବେଆଇନ ଡ୍ରଗ୍ସ ବ୍ୟବସାୟୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏଟିଏସ ତରଫରୁ ବଡୋଦରାରେ ଥିବା ଏକ ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇ ୫ଶହ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଏଟିଏସ କର୍ମଚାରୀଙ୍କ କହିବା ମୁତାବକ ମଙ୍ଗଳବାର ରାତିରେ ବଡୋଦରା ନିକଟରେ ଥିବା ଏକ ଛୋଟ ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ୫୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି । ଅଧିକାରୀ ଜଣଙ୍କ କହିଛନ୍ତି କି ଅଭିଯୁକ୍ତମାନେ ବୈଦ୍ଧ ରଶାୟନିକ ପଦାର୍ଥ ନିର୍ମାଣ ନାମରେ ଅବୈଦ୍ଧ ମେଡିସିନ ପ୍ରସ୍ତୁତ କରୁଥିଲେ । ଯାହାକି ଡ୍ରଗ୍ସ ଶ୍ରେଣୀଭୂକ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com