ସ୍ୱାସ୍ଥ୍ୟ

ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ପରେ ଚୀନରେ କୋହଳ ହୋଇପାରେ ଜିରୋ-କୋଭିଡ୍ ନୀତି

ଲୋକଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ଚୀନରେ କୋହଳ ହୋଇପାରେ ଜିରୋ-କୋଭିଡ୍ ନୀତି ।ସରକାର କଟକଣା କୋହଳ କରିବା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରାଯାଇପାରେ । ଗତ କିଛି ମାସ ଧରି ଲାଗୁ ହୋଇଥିବା ଜିରୋ କୋଭିଡ୍ ନୀତିକୁ ଜୋରଦାର ବିରୋଧ କରାଯାଇଥିଲା ।  ଗତ କିଛି ଦିନ ଧରି ବେଜିଂ ଓ ସାଂଘାଇ ସମେତ ଚୀନର ପ୍ରମୁଖ ସହରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନ ବେଳେ ଜନସାଧାରଣ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତପା ଦାବି କରିଥିଲେ । ସେପଟେ ବିକ୍ଷୋଭ ଯୋଗୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଦେଖାଦେଇଛି । ଜିନ୍ପିଙ୍ଗଙ୍କ ଏକଛତ୍ରବାଦ ଶାସନ ବିରୋଧରେ କେହି କେବେ ମୁହଁ ଖୋଲିବାକୁ ସାହସ କରୁନଥିଲେ । କିନ୍ତୁ ସାଧାରଣ ଲୋକଙ୍କ ଲଗାତର ବିରୋଧ ପରେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କଟକଣା କୋହଳ କରିବା ଉପରେ ବିଚାର କରୁଥିବା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com