ବାଣିଜ୍ୟ

ମଗଜି ଲଡ଼ୁକୁ ମିଳିବ GI ଟ୍ୟାଗ

ଭୁବନେଶ୍ୱର, ୩୦/୧୧/୨୦୨୨-  ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପ୍ରସିଦ୍ଧ ମଗଜି ଲଡ଼ୁକୁ ମିଳିବ ଜିଓଗ୍ରାଫିକାଲ ଇଣ୍ଡିକେସନ ଟ୍ୟାଗ । ମଗଜି ଲଡ଼ୁକୁ ଜିଆଇ ଟ୍ୟାଗ ଦେବାକୁ ପ୍ରାଥମିକ ପରୀକ୍ଷଣ ଓ ନିରୂପଣ କାର୍ଯ୍ୟ ଶେଷ ହୋଇଛି । ପରୀକ୍ଷଣକୁ ନେଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୌଣସି ଆପତ୍ତି, ଅଭିଯୋଗ ନ ଆସିଲେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବ । ଏନେଇ ଆସନ୍ତା ୬ ତାରିଖରେ ପରାମର୍ଶଦାତା କମିଟି ବୈଠକ ବସିବ । ଓୟୁଏଟି ପକ୍ଷରୁ ଆବଶ୍ୟକ ଦସ୍ତାବିଜ ସହ ୨୦୨୦ ଡିସେମ୍ବରରେ ଏହି ଲଡ଼ୁକୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଥିଲା । ମଇଁଷି କ୍ଷୀର ଛେନାରେ ଏହାକୁ ସ୍ୱତନ୍ତ୍ର ଭାବେ ଗଢ଼ାଯାଏ । ଚାହିଦା ଦୃଷ୍ଟିରୁ ରାଜ୍ୟ ବାହାରକୁ ମଧ୍ୟ ଏହାର ଯୋଗାଣ ହେଉଛି । ୧୦୦ବର୍ଷ ତଳୁ ଗଁଦିଆ ଅଞ୍ଚଳରେ ମଗଜି ଲଡ଼ୁ ପ୍ରସ୍ତୁତ ହେବାର ପ୍ରମାଣ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com