ସ୍ୱାସ୍ଥ୍ୟ

କରୋନା ଟିକାଜନିତ ମୃତ୍ୟୁ ପାଇଁ ଦାୟୀ ରହିବେ ନାହିଁ ସରକାର

ନୂଆଦିଲ୍ଲୀ: କରୋନା ଟିକା ନେବା ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ସରକାର ଦାୟୀ ରହିପାରିବେନି ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି। ସର୍ବସାଧାରଣଙ୍କ ହିତରେ ସରକାର କରୋନା ଟିକାକରଣ ପାଇଁ ଉତ୍ସାହିତ କରିଥିଲେ । ଆ‌ଇନଗତ ଭାବେ ଟିକାକରଣ ପାଇଁ କାହାକୁ ବାଧ୍ୟ କରାଯାଇନି। ଟିକା ତୃତୀୟ ପକ୍ଷଙ୍କ ଦ୍ବାରା ପ୍ରସ୍ତୁତ ହେଉଛି। କରୋନା ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ପ୍ରାଣ ହରାଇଥିବା ଦୁଇ ଜଣ ଝିଅଙ୍କ ବାପା ମା’ ସୁପ୍ରିମକୋର୍ଟରେ କରିଥିବା ଏକ ଆବେଦନ ଆଧାରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଟିକାକରଣ ଯୋଗୁଁ ହୋଇଥିବା ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ କିନ୍ତୁ ସରକାର ଏଥିପାଇଁ ଦାୟୀ ରହିପାରିବେନି ।

Related Articles

Back to top button
WP Twitter Auto Publish Powered By : XYZScripts.com