କ୍ରୀଡ଼ା

ନ୍ୟୁଜିଲାଣ୍ଡ ୦-୧ରେ ସିରିଜ ଜିତିଲା

ଭୁବନେଶ୍ୱର, ୩୦/୧୧/୨୦୨୨-  ମଉଳିଲା ଭାରତର ସିରିଜ ବରାବର ଆଶା । ବୁଧବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ  ବିପକ୍ଷ ଦିନିକିଆ ସିରିଜର ତୃତୀୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଛି । ଫଳରେ ନ୍ୟୁଜିଲାଣ୍ଡ ଏହି ସିରିଜକୁ ୦-୧ରେ ଜିତି ନେଇଛି । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା ବେଳେ ଅନ୍ୟ ୨ଟି ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା ।

ଆଜି ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଦଳ ପକ୍ଷରୁ ୱାସିଂଟନ ସୁନ୍ଦର ୫୧ ଓ ଶ୍ରେୟାସ ଆୟର ୪୯ ରନ କରିଥିଲା ବେଳେ ଆଉ କେହି ବଡ ସ୍କୋର କରିପାରି ନ ଥିଲେ । ଫଳରେ ୪୭ ଓଭର ୩ଟି ବଲ ଖେଳି ଦଳ ୨୧୯ ରନରେ ଅଲ ଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇଂନିସରେ ୨୨୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ଦଳ ୧୮ ଓଭରରେ ୧ ୱିକେଟ ହରାଇ ୧୦୪ ରନ କରିଥିଲା । ହେଲେ ବର୍ଷା ଯୋଗୁଁ ଖେଳ ବାତିଲ ହୋଇଯିବା ସହ ନ୍ୟୁଜିଲାଣ୍ଡ ୦-୧ରେ ସିରିଜକୁ ଜିତି ନେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com