ଅନ୍ୟାନ୍ୟ

ପାଣିରେ ଚାଲିବ ମୋଟରୋଲାର ଏହି ସ୍ମାର୍ଟଫୋନ୍

ଭୁବନେଶ୍ୱର, ୩୦/୧୧/୨୦୨୨-   ମୋଟରୋଲା ଖୁବ୍ ଶୀଘ୍ର ଏକ ୱାଟରପ୍ରୁଫ୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଫୋନର ନାମ ମୋଟୋ X40 ଭାବରେ କୁହାଯାଉଛି । ଏହି ଫୋନ୍ ପାଣି ଏବଂ ଧୂଳିରେ କ୍ଷତିଗ୍ରସ୍ତ ହେବ ନାହିଁ । ଡିସେମ୍ବର ମାସରେ ଏହି ଫୋନ ଚାଇନାରେ ଲଞ୍ଚ ହେବ। କିନ୍ତୁ ଫୋନର ଲଂଚିଙ୍ଗ ତାରିଖ ଏବଂ ମୂଲ୍ୟ ପ୍ରକାଶ ପାଇନାହିଁ । ଫୋନରେ ଏକ ଅଣ୍ଡର ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ମଧ୍ୟ ରହିବ। କୁହାଯାଉଛି ଯେ ଫୋନ୍ ୧୮ ଜିବି ରାମ୍ ଏବଂ ୫୧୨ ଜିବି ଷ୍ଟୋରେଜ୍ ସହିତ ଆସିବ । ଫୋନ୍ ଆଣ୍ଡ୍ରଏଡ୍ ୧୩ OS ରେ ଚାଲିବ ।

ମୋଟରୋଲା ମୋଟୋ X40 ଏକ ଟ୍ରିପଲ୍ କ୍ୟାମେରା ୟୁନିଟ୍ ପାଇବ, ଯେଉଁଥିରେ 50MP ପ୍ରାଥମିକ, 50MP ଅଲ୍ଟ୍ରା-ୱାଇଡ୍ ଲେନ୍ସ ଏବଂ 12MP ଟେଲିଫୋଟୋ ସେନ୍ସର ଉପଲବ୍ଧ । ଆଗରେ ଏକ 60MP ସେଲଫି କ୍ୟାମେରା ଉପଲବ୍ଧ ହେବ । ବ୍ୟାଟେରୀ ବିଷୟରେ କହିବାକୁ ଗଲେ, ଫୋନରେ 68W ଫାଷ୍ଟ ଚାର୍ଜିଂ ସହିତ 5000mAh ବ୍ୟାଟେରୀ ରହିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com