ଅନ୍ୟାନ୍ୟ

ଭାରତ-ପାକିସ୍ତାନ ଏବଂ ବାଂଲାଦେଶ ସୀମା ଜଗିବ ୫୫୦୦ ସିସି କ୍ୟାମେରା

ଭୁବନେଶ୍ୱର, ୦୧/୧୨/୨୦୨୨-   ପାକିସ୍ତାନ ପଟରୁ ଅନୁପ୍ରବେଶ ଏବଂ ଅବୈଧ ଗତିବିଧି ବଢିବାରେ ଲାଗିଛି । ଏହା ଉପରେ ନଜର ରଖିବା ପାଇଁ ଭାରତ-ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ କୋଣଅନୁକୋଣରେ ଲାଗିବ ଅତ୍ୟାଧୁନିକ ୫୫୦୦ ସିସି କ୍ୟାମେରା । ଏଥିରେ ଖାଲି ଯେ କ୍ୟାମେରା ଅଛି ତାହା ନୁହେଁ, ଡ୍ରୋନ, ହ୍ୟାଣ୍ଡ ହେଲ୍ଡ ଥର୍ମାଲ ଇମେଜର ମଧ୍ୟ ମଧ୍ୟ ରହିଛି । ଏହି ଡ୍ରୋନ ଏବଂ କ୍ୟାମେରା ଗୁଡିକ ଦ୍ୱାରା ପୂରା ସୀମା ଉପରେ ନଜର ରଖା ଯାଇପାରିବ । ସେହିଭଳି ରାତିରେ ଥର୍ମାଲ ଇମେଜର କାମ କରିବ । ଆବଶ୍ୟକ ପଡିଲେ ଗୁଳି ଚାଳନା ମଧ୍ୟ କରାଯିବ । ଏହି ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ସରକାର ଏଥିପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ସହିତ ବିଏସଏଫ ମଧ୍ୟ କିଛି ଶସ୍ତା ଯାଞ୍ଚ ଉପକରଣ ପ୍ରସ୍ତୁତ କରିଛି । ଏହା ସାହାଯ୍ୟରେ ସୀମାରେ ନଜର ରଖାଯାଇଛି ।

ପଶ୍ଚିମ ସୀମା ପାକିସ୍ତାନ ପଟରୁ ଅନୁପ୍ରବେଶ ଏବଂ ଅବୈଧ ଗତିବିଧି ବଢିବାରେ ଲାଗିଛି । ବିଏସଏଫ ଯବାନ ପ୍ରତିଦିନ ସୀମାପାରରୁ ଆସୁଥିବା ଡ୍ରୋନକୁ ନଷ୍ଟ କରିବାରେ କ୍ଷମତାବାନ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ସୈନ୍ୟବଳ ପାକିସ୍ତାନ ସୀମାରେ ୧୬ ଡ୍ରୋନ ନଷ୍ଟ କରି ସାରିଛନ୍ତି । ଗତ ଏକବର୍ଷ ମଧ୍ୟରେ ଗୋଟିଏ ଅଞ୍ଚଳରେ ଅନେକ ଡ୍ରୋନକୁ ନଷ୍ଟ କରାଯାଇସାରିଛି । ବିଏସଏଫର ସୂଚନା ଅନୁସାରେ ପାକିସ୍ତାନ ସୀମା ପାଖରେ ଗତବର୍ଷ ୧୧୪ ଡ୍ରୋନ ଥିଲା । ଚଳିତ ବର୍ଷ ନଭେମ୍ବର ୧୦ ସୁଦ୍ଧା ୨୧୮ଟି ଡ୍ରୋନ ଦେଖାଯାଇସାରିଛି । ଅର୍ଥାତ ଗତବର୍ଷ ତୁଳନାରେ ଚଳିତ ଥର ପାଖାପାଖି ଦୁଇଗୁଣା ଡ୍ରୋନ ଦେଖା ଯାଇସାରିଛି । ଏହା ଆମ ପାଇଁ ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି  ବିଏସଏଫର ନିର୍ଦ୍ଦେଶକ ଜେନେରାଲ ପଙ୍କଜ କୁମାର ସିଂହ । ଏହାସହ ଆଉ ଏକ ବଡ ଚ୍ୟାଲେଞ୍ଜ ହେଉଛି ଏମ୍ସର ସର୍ଭର ଉପରେ ହୋଇଥିବା ସାଇବର ଆଟାକ । ୫ଜି ଜ୍ଞାନକୌଶଳ ଆସି ସାରିଥିବାରୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଜ୍ଞାନକୌଶଳର ସଠିକ ବ୍ୟବହାର କରିବା ସହ ତାକୁ ସୁରକ୍ଷିତ ମଧ୍ୟ କରିବାକୁ ପଡିବ ।

ବର୍ତ୍ତମାନ ସୈନ୍ୟବଳ ପାଖରେ ସେହିଭଳି କୌଣସି ସିଷ୍ଟମ ନାହିଁ ଯାହା ପାକିସ୍ତାନ ଡ୍ରୋନକୁ କଡା ଜବାବ ଦେଇପାରିବ । ଆଗାମୀ ସମୟରେ ଦେଶର ସୈନ୍ୟବଳକୁ ଶତ୍ରୁର ଡ୍ରୋନକୁ ଖୋଜିବାରେ ଏବଂ ତାକୁ ନଷ୍ଟ କରିବାର କଳାକୁ ଶିଖାଇବା ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ସୀମାରେ ଯାଞ୍ଚକୁ ବୃଦ୍ଧି କରାଯିବ । ଏଥିପାଇଁ ଅଧିକ ଯାଞ୍ଚ କ୍ୟାମେରା ଏବଂ ଡ୍ରୋନର ଆବଶ୍ୟକତା ରହିଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com