ଜୀବନଶୈଳୀ

ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍‌ରେ ପୁଣି ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱର, ୦୧/୧୨/୨୦୨୨-   ଭୁବନେଶ୍ୱର ଠାରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଗମନାଗମନ ସୁବିଧା ପାଇଁ ୭୧ ନମ୍ବର ରୁଟ୍‌ରେ ପୁଣି ଆରମ୍ଭ ହୋଇଥିବା ‘ମୋ ବସ୍‌’ ସେବାକୁ ଇଲୋକ୍‌ଟ୍ରୋନିକ୍ସ ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭାରମ୍ଭ କରିଛନ୍ତି । ପୁରୀ ଜିଲ୍ଲାରେ କୋଣାର୍କ, ଜାହାନିଆ, ଅସ୍ତରଙ୍ଗ ଆଦି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । କୋଣାର୍କ ସୂର୍ଯ୍ୟମନ୍ଦିରର ଐତିହ୍ୟ ଏବଂ କାରୁକାର୍ଯ୍ୟକୁ ନେଇ ବିଶ୍ୱସ୍ତରରେ ଅନେକ ପ୍ରସିଦ୍ଧି ରହିଛି । ଆଜିଠାରୁ କୋଣାର୍କ ମହୋତ୍ସବ ଓ ବାଲୁକାକଳା ଉତ୍ସବ ଆରମ୍ଭ ହେଉଛି । ପୂର୍ବରୁ କୋଣାର୍କକୁ ୭୧ ଏବଂ ୭୨ ରୁଟ୍‌ରେ ମୋ ବସ୍‌ ସେବା ରହିଥିଲା । ହେଲେ କିଛି କାରଣ ବଶତଃ ୭୧ ନମ୍ବର ରୁଟ୍‌ରେ ବନ୍ଦଥିବା ମୋ ବସ୍‌ ସେବାକୁ ଆଜିଠୁ ପୁଣିଥରେ ଆରମ୍ଭ କରାଯାଇଛି । ଏହା ଦ୍ୱାରା ପର୍ଯ୍ୟଟକମାନେ ଖୁବ୍‌ କମ ଖର୍ଚ୍ଚରେ କୋଣାର୍କ ଓ ଆଖପାଖ ଅଞ୍ଚଳ ବୁଲିପାରିବେ । ଏହି ବସସେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com