ବାଣିଜ୍ୟ

ଶୁକ୍ରବାର ୫୦ ହଜାର କୃଷକଙ୍କୁ ନେଇ ବିଧାନସଭା ଘେରିବ ବିଜେପି, ସରକାରଙ୍କୁ ମାଗିବେ ଜବାବ

ଭୁବନେଶ୍ୱର, ୦୧/୧୨/୨୦୨୨-   ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ଚାଷୀଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା ନକରିବା ଲଜ୍ଜାର କଥା । ଚାଷୀମାନେ ବିଧାନସଭା ସମ୍ମୁଖରେ ଚିତ୍କାର କରୁଥିଲେ ମଧ୍ୟ ମନ୍ତ୍ରୀମାନେ ଏହାର ଉତ୍ତର ଦେଉନାହାନ୍ତି । ନିର୍ବାଚନ ଜିତିବା ଲାଳସାରେ ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ୨୦୦ କୋଟି ଟଙ୍କା ସବ୍‌ସିଡି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହୋଇଥିବା ୨୦୦ କୋଟି ଟଙ୍କାର ସବ୍‌ସିଡି କିଏ ନେବ ଓ କେଉଁ ଆଧାରରେ ନେବ ତାହା ସାର୍ବଜନୀନ କରାଯାଉ ବୋଲି ବରିଷ୍ଠ ନେତା ଶାରଦା ପ୍ରଧାନ କହିଛନ୍ତି ।

ଭାରତୀୟ ଜନତା ପାର୍ଟି ଓଡିଶାର କୃଷି ଓ କୃଷକଙ୍କ ସ୍ୱାର୍ଥ ପାଇଁ ଆଜିକୁ ୧୪ଦିନ ଧରି ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିଛି । ଏହି ସତ୍ୟାଗ୍ରହରେ ଆଳି ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଚାଷୀ ସାମିଲ ହୋଇ ଶାସକ ଦଳକୁ ଘେରିଛନ୍ତି । ଦୀର୍ଘ ୧୪ ଦିନ ଧରି ବିଧାନସଭା ସମ୍ମୁଖରେ ଚିତ୍କାର କରୁଥିଲେ ମଧ୍ୟ ରାଜ୍ୟ ସରକାର ନଶୁଣିବାରୁ ଆସନ୍ତାକାଲି ଜାତି, ବର୍ଣ୍ଣ ନିର୍ବିଶେଷରେ ୫୦ ହଜାର କୃଷକ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରୁ ବିଧାନସଭା ଅଭିମୁଖେ ଗଣବିକ୍ଷୋଭ କରିବେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com